Get Updates
Get notified of breaking news, exclusive insights, and must-see stories!

ଗତ ୧୦ ବର୍ଷରେ ୬ ମହାବଳ ବାଘଙ୍କ ମୃତ ହୋଇଛି, ଆଉ ଅଛନ୍ତି ୨୮ଟି

Odisha Assembly

ଭୁବନେଶ୍ୱର: ରାଜ୍ୟରେ କେତେ ପ୍ରଜାତିର ବାଘ ରହିଛନ୍ତି ? ଗତ ୧୦ ବର୍ଷରେ କେତେ ବାଘ ମୃତ୍ୟୁ ବରଣ କରିଛନ୍ତି ? କେତେଟି ବାଘ ଶିକାରୀଙ୍କ ଶିକାର ହୋଇଛନ୍ତି ? ଆଜି ବିଧାନସଭାରେ ଏହି ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଯାହାର ଉତ୍ତର ରଖିଛନ୍ତି ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ।

ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ୨୦୧୨-୧୩ରୁ ୨୦୨୧-୨୨ ଗତ ୧୦ ବର୍ଷ ମଧ୍ୟରେ ୬ ମହାବାଳ ବାଘଙ୍କ ମୃତ୍ୟୁ ଘଟିଛି । ମୃତ ୬ଟି ମଧ୍ୟରୁ ୩ଟି ମହାବଳ ବାଘ ଶିକାରୀଙ୍କ ଶାକର ହୋଇଛନ୍ତି । ୨୦୧୮ ତଥ୍ୟ ଅନୁସାରେ ଓଡ଼ିଶା ଜଙ୍ଗଲରେ ୨୮ଟି ମହାବଳ ଅଛନ୍ତି ।

ତେବେ ୨୮ଟି ମହାବଳ ସହ ୭୬୦ଟି କଲରାପତରିଆ ବାଘ ମଧ୍ୟ ରହିଛନ୍ତି । ୧୦ ବର୍ଷରେ ୬ ମହାବଳ ସହ ୪୯ କଲରାପତରିଆଙ୍କ ମୃତ୍ୟୁ ହୋଇଛି । ମୃତ ୪୯ଟି କଲରାପତରିଆ ମଧ୍ୟରୁ ୨୬ଟି ଶିକାରୀଙ୍କ ଦ୍ୱାରା ଶୀକାର ହୋଇଥିବା ମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ ବ୍ୟାଘ୍ର ବଂଶବୃଦ୍ଧି ଏବଂ ସୁରକ୍ଷା ପାଇଁ ୨ ଗୋଟି ବ୍ୟାଘ୍ର ପ୍ରକଳ୍ପ ପ୍ରତିଷ୍ଠା, ଶିକାର ନିରୋଧକ ଶିବିର ପ୍ରତିଷ୍ଠା, ସ୍ପେଶାଲ ସ୍କ୍ୱାଡ୍ ମୁତୟନ, ଜଙ୍ଗଲରେ ପାଦଚଲା ପଇଁତରା, ତୃଣଭୋଜୀ ପ୍ରାଣୀଙ୍କ ବୃଦ୍ଧି ପାଇଁ ଚାରଣ ଭୂମିର ବିକାଶ, ଜଙ୍ଗଲ ନିଆଁର ପ୍ରତିରୋଧ ଆଦି ପଦକ୍ଷେପ ନିଆ ଯାଉଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ।

ରାଜ୍ୟରେ ମୋଟ ଭାଗ ମୃତ୍ୟୁର ଶତକଡ଼ା ୫୦ ଭାଗ ଶିକାରୀଙ୍କ ଶିକାର ପାଲଟୁଥିବା ବେଳେ ଜଙ୍ଗଲ ନଷ୍ଟ ଯୋଗୁଁ ବନ୍ୟଜନ୍ତୁ ଜନବସତି ମୁହାଁ ହେଉଛନ୍ତି । ଫଳରେ ହାତୀ ଭଳି ସଂଘର୍ଷ କରି ବିଭିନ୍ନ ସମୟରେ ବି ବାଘଙ୍କ ମୃତ୍ୟୁ ହେଉଛି । ଗତ କିଛି ସପ୍ତାହ ଧରି ନୂଆପଡ଼ା ଜିଲ୍ଲାରେ ବାଘ ବିଭିନ୍ନ ଗୃହପାଳିତ ପଶୁଙ୍କୁ ଆକ୍ରମଣ କରୁଥିବା ଖବର ଆସୁଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+