ପୁଣି ବିରୋଧୀଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
ପୁଣି ବିରୋଧୀଙ୍କ ହଟ୍ଟଗୋଳ । ଗୃହ ମୁଲତବୀ ଘୋଷଣା । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି । ଚିକିଟି ମଦମୃତ୍ୟୁର RDC ସ୍ତରୀୟ ତଦନ୍ତ ଦାବି କଲା ବିଜେଡି। ଜନଜାତିଙ୍କ ସୁରକ୍ଷା ଦାବି କରି କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ । ପ୍ରଥମେ ଦିନ ୧୧:୩୦ ଯାଏଁ ମୁଲତବୀ ହୋଇଥିଲା। ସେହିପରି ଗତକାଲି କଲେଜ ନିର୍ବାଚନ ବନ୍ଦ ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଘେରିଥିଲେ କଂଗେସ ।

ଆଜି ବିଧାନସଭାର ଦ୍ୱିତୀୟ ଦିନରେ ଗୃହରେ ହୋ ହଲ୍ଲା ସହ ନାରାବାଜି କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ । ଗୃହର ମଧ୍ୟଭାଗରେ ବିଧାୟକମାନେ ନାରାବାଜି କରିବା ସହ ମଦ ମୃତ୍ୟୁ ଘଟଣାରେ ଆରଡିସି ତଦନ୍ତ ଦାବି କରିଥିଲେ । ସେହିପରି କଂଗ୍ରେସ ଜନଜାତି ସୁରକ୍ଷା ଓ ଆଦିବାସୀ ସଂରକ୍ଷଣ ପ୍ରସଙ୍ଗ ଉଠାଇ ହୋ ହଲ୍ଲା କରିଥିଲା ।












Click it and Unblock the Notifications