Get Updates
Get notified of breaking news, exclusive insights, and must-see stories!

ଗୃହରେ ମଣ୍ଡି ତାତି, ବାରମ୍ବାର ହୋ-ହାଲ୍ଲା ପରେ ଗୃହ ୪ଟା ଯାଏଁ ମୁଲତବି

ମଣ୍ଡିରେ କେତେ ଧାନ ଉଠିଛି ତାର ହିସାବ ଦାବି କରିବା ସହ ଧାନ ଉଠାଣ ତାରିଖ ଏପ୍ରିଲ ୧୫ ଯାଏଁ ବୃଦ୍ଧି କରିବାକୁ ଦାବି କରି ଗୃହରେ ହଙ୍ଗାମା କରିଛନ୍ତି ବିଜେପି ସଦସ୍ୟ ।

ଭୁବନେଶ୍ୱର: ବିଧାନସଭାରେ ପୁଣି ଧାନ କିଣା ତାତିରେ ହଟ୍ଟଗୋଳ । ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବି କଲେ ବାଚସ୍ପତି । ମଣ୍ଡିରେ କେତେ ଧାନ ଉଠିଛି ତାର ହିସାବ ଦାବି କରିବା ସହ ଧାନ ଉଠାଣ ତାରିଖ ଏପ୍ରିଲ ୧୫ ଯାଏଁ ବୃଦ୍ଧି କରିବାକୁ ଦାବି କରି ଗୃହରେ ହଙ୍ଗାମା କରିଛନ୍ତି ବିଜେପି ସଦସ୍ୟ ।

Odisha Assembly

ସଂସଦୀୟ ବ୍ୟାପାର ମନ୍ତ୍ରୀ ବିରୋଧୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଆଜି ଯୋଗାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି । ଏହି ସମୟରେ କେତେ ଧାନ ଉଠିଛି ସେ ସମ୍ପର୍କରେ ବିସ୍ତୃତ ସୂଚନା ଦେବେ ବିଭାଗୀୟ ମନ୍ତ୍ରୀ । ତେଣୁ ହୋହାଲ୍ଲା କରିବାର ଆବଶ୍ୟକତାର ନାହିଁ ବୋଲି କହିଥିଲେ ।

କିନ୍ତୁ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ଜାରି ରହିବାରୁ ଅପରାହ୍ଣ ୪ଟା ଯାଏ ଗୃହକୁ ବାଚସ୍ପତି ମୁଲତବି ରଖିଛନ୍ତି । ବିଧାନସଭାରେ ଏଭଳି ସ୍ଥିତି ନେଇ ବିଜେଡି ବିଧାୟକ ଅମର ଶତପଥୀଙ୍କ ପ୍ରତିକ୍ରିୟା ରଖିଛନ୍ତି । ବିରୋଧୀ ଜାଣିଶୁଣି ଗୃହକୁ ଅଚଳ କରିବା ଠିକ୍ ନୁହେଁ । ଅଯଥାରେ ଗୃହର ସମୟକୁ ଅପଚୟ କରାଯାଉଛି ବୋଲି ଅମର ଶତପଥୀ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+