For Quick Alerts
Turn On Notification  
For Daily Alerts
Oneindia App Download

ଗୃହରେ ମଣ୍ଡି ତାତି, ବାରମ୍ବାର ହୋ-ହାଲ୍ଲା ପରେ ଗୃହ ୪ଟା ଯାଏଁ ମୁଲତବି

ମଣ୍ଡିରେ କେତେ ଧାନ ଉଠିଛି ତାର ହିସାବ ଦାବି କରିବା ସହ ଧାନ ଉଠାଣ ତାରିଖ ଏପ୍ରିଲ ୧୫ ଯାଏଁ ବୃଦ୍ଧି କରିବାକୁ ଦାବି କରି ଗୃହରେ ହଙ୍ଗାମା କରିଛନ୍ତି ବିଜେପି ସଦସ୍ୟ ।

|

ଭୁବନେଶ୍ୱର: ବିଧାନସଭାରେ ପୁଣି ଧାନ କିଣା ତାତିରେ ହଟ୍ଟଗୋଳ । ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବି କଲେ ବାଚସ୍ପତି । ମଣ୍ଡିରେ କେତେ ଧାନ ଉଠିଛି ତାର ହିସାବ ଦାବି କରିବା ସହ ଧାନ ଉଠାଣ ତାରିଖ ଏପ୍ରିଲ ୧୫ ଯାଏଁ ବୃଦ୍ଧି କରିବାକୁ ଦାବି କରି ଗୃହରେ ହଙ୍ଗାମା କରିଛନ୍ତି ବିଜେପି ସଦସ୍ୟ ।

Odisha Assembly

ସଂସଦୀୟ ବ୍ୟାପାର ମନ୍ତ୍ରୀ ବିରୋଧୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଆଜି ଯୋଗାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି । ଏହି ସମୟରେ କେତେ ଧାନ ଉଠିଛି ସେ ସମ୍ପର୍କରେ ବିସ୍ତୃତ ସୂଚନା ଦେବେ ବିଭାଗୀୟ ମନ୍ତ୍ରୀ । ତେଣୁ ହୋହାଲ୍ଲା କରିବାର ଆବଶ୍ୟକତାର ନାହିଁ ବୋଲି କହିଥିଲେ ।

କିନ୍ତୁ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ଜାରି ରହିବାରୁ ଅପରାହ୍ଣ ୪ଟା ଯାଏ ଗୃହକୁ ବାଚସ୍ପତି ମୁଲତବି ରଖିଛନ୍ତି । ବିଧାନସଭାରେ ଏଭଳି ସ୍ଥିତି ନେଇ ବିଜେଡି ବିଧାୟକ ଅମର ଶତପଥୀଙ୍କ ପ୍ରତିକ୍ରିୟା ରଖିଛନ୍ତି । ବିରୋଧୀ ଜାଣିଶୁଣି ଗୃହକୁ ଅଚଳ କରିବା ଠିକ୍ ନୁହେଁ । ଅଯଥାରେ ଗୃହର ସମୟକୁ ଅପଚୟ କରାଯାଉଛି ବୋଲି ଅମର ଶତପଥୀ କହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Assembly Session Update 2
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X