ଲଗାତାର ଷଷ୍ଠ ଦିନ ପାଇଁ ଗୃହ ଆରମ୍ଭରୁ ମୁଲତବୀ, ଶାସକ-ବିରୋଧୀ ଜିଦରେ ଅଟଳ
ଆଜି ବି ବିଧାନସଭା ଅଚଳ। ଲଗାତର ୫ ଦିନ ଅଚଳ ପରେ ଆଜି ବି ଚାଲିପାରିଲାନି ଗୃହକାର୍ଯ୍ୟ । ଶାସକ ଏବଂ ବିରୋଧୀ ଦଳର ସଦସ୍ୟଙ୍କ ଜିଦ୍ ଯୋଗୁଁ ଗୃହ ଚାଲିପାରୁନି ।
ଭୁବନେଶ୍ୱର: ଆଜି ବି ବିଧାନସଭା ଅଚଳ। ଲଗାତର ୫ ଦିନ ଅଚଳ ପରେ ଆଜି ବି ଚାଲିପାରିଲାନି ଗୃହକାର୍ଯ୍ୟ । ଶାସକ ଏବଂ ବିରୋଧୀ ଦଳର ସଦସ୍ୟଙ୍କ ଜିଦ୍ ଯୋଗୁଁ ଗୃହ ଚାଲିପାରୁନି । ଗୃହ କାର୍ଯ୍ୟ ଆରମ୍ଭରୁ ଉଭୟ ଶାସକ-ବିରୋଧୀ ସଦସ୍ୟଙ୍କ ନାରାବାଜି । ଗୃହରେ ହଟ୍ଟଗୋଳ ଯୋଗୁଁ ଦିନ ୧୨ଟା ଯାଏଁ ଗୃହ କାର୍ଯ୍ୟ ମୁଲତବି ରଖିଛନ୍ତି ବାଚସ୍ପତି ।
ମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ଗୃହର ମଧ୍ୟଭାଗରେ ଜୋରଦାର ହଟ୍ଟଗୋଳ କରିଥିବା ବେଳେ ଆତ୍ମହତ୍ୟା ଉଦ୍ୟମ ପାଇଁ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ ବୋଲି ଦାବି କରି ଗୃହରେ ପ୍ରତିବାଦ କରିଛନ୍ତି ଶାସକ ଦଳର ବିଧାୟକ । ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଯୋଗୁଁ ଲଗାତାର ୬ ଦିନ ପାଇଁ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇପାରୁନି ।

ତେବେ ଆଜି ବିଜେଡି ବିଧାୟକ ମାନେ ଲୋକସେବା ଭବନ ଅଭିମୁଖେ ଯାତ୍ରା କରିଛନ୍ତି । ଯେଉଁଠି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୂରା ପ୍ରସଙ୍ଗରେ ଆଲୋଚନା କରିପାରନ୍ତି ବିଜେଡି ବିଧାୟକ । ଗତକାଲି ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗକୁ ନେଇ ରାଜ୍ୟପାଳଙ୍କୁ ଭେଟି ଫେରାଦ ହୋଇଥିଲେ ବିଜେଡି ବିଧାୟକ ।
ସୂଚନାଯୋଗ୍ୟ ଯେ, ଆଜି ପ୍ରଶ୍ନ କାଳରେ ଜଳ ସମ୍ପଦ, ଯୋଜନା ଓ ସଂଯୋଜନା, ପର୍ଯ୍ୟଟନ, ସୂଚନା ଓ ଲୋକସମ୍ପର୍କ, ବାଣିଜ୍ୟ ଓ ପରିବହନ, ଓଡ଼ିଆ ଭାଷା ସାହିତ୍ୟର ଓ ସଂସ୍କୃତି ବିଭାଗର ଅଲୋଚନା ରହିଥିଲା । ଏହା ସହିତ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନାର କାର୍ଯ୍ୟକ୍ରମ ରହିଥିଲେ । କିନ୍ତୁ ଗୃହ ବାରମ୍ବାର ମୁଲତବୀ ଲାଗି ପ୍ରଶ୍ନକାଳ ବାତିଲ ହେବାକୁ ପଡୁଛି ।












Click it and Unblock the Notifications