ବିଧାନସଭାରେ ନବୀନ ପଟ୍ଟନାୟକ, ବିଧାୟକ ଲକ୍ଷ୍ମଣ ବାଗ ସାମ୍ନାସାମ୍ନି ନବୀନ କହିଲେ...

ଓଡ଼ିଶା ବିଧାନସଭାର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି । ବିଜୟୀ ହୋଇଥିବା ବିଧାୟକମାନେ ଆଜି ଶପଥ ଗ୍ରହଣ କରିଛନ୍ତି । ତେବେ ବିଧାନସଭାର ପ୍ରଥମ ଦିନରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ବିଧାନସଭା ଗୃହ ଭିତରେ ନବୀନ ପଟ୍ଟନାୟକ ଏବଂ ତାଙ୍କୁ ହରାଇଥିବା ଲକ୍ଷ୍ମଣ ବାଗ୍‌ କଥାବାର୍ତ୍ତା ହୋଇଛନ୍ତି।

laxman

ନବୀନ ଚାଲି ଯାଉଥିବା ଦେଖି ଛିଡ଼ା ହୋଇଯାଇଥିଲେ ଲକ୍ଷ୍ମଣ । ଆଉ ଛିଡ଼ା ହୋଇ ନିଜ ପରିଚୟ ଦେଇଥିଲେ । ପରିଚୟ ପାଇ ନବୀନ ଲକ୍ଷ୍ମଣ ବାଗ୍‌ଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏଥିସହ ନବୀନ ଲକ୍ଷ୍ମଣଙ୍କୁ କହିଛନ୍ତି, ଓଃ ୟୁ ଡିଫିଟେଡ ମି । ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ନବୀନ ଲକ୍ଷ୍ମଣ ବାଗ୍‌ଙ୍କଠୁ ହାରିଯାଇଛନ୍ତି । ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ସମେତ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଥିଲେ । ଉଭୟ ଆସନରେ ବିଜୟୀ ହେବେ ବୋଲି ଆଶା କରାଯାଉଥିଲା।

ତେବେ କଣ୍ଟାବାଞ୍ଜିରୁ ଭାଜପା ପ୍ରାର୍ଥୀ ତାଙ୍କୁ କଡା ଟକ୍କର ଦେଇଥିଲେ। ବାଗ୍‌ ୧୬,୩୨୧ ଖଣ୍ଡ ଭୋଟରେ ମୁଖ୍ୟମନ୍ତ୍ରୀଙ୍କୁ ପରାସ୍ତ କରିଛନ୍ତି। ଲକ୍ଷ୍ମଣ ବାଗ୍‌ ୯୦,୫୯୦୪ ଖଣ୍ଡ ଭୋଟ ପାଇଥିବା ବେଳେ ମୁଖ୍ୟମନ୍ତ୍ରୀ ୭୪,୨୭୩ ଖଣ୍ଡ ଭୋଟ ପାଇଥିଲେ।

ବିଧାନସଭାରେ ପହଞ୍ଚିବା ପରେ ବିଜେଡି ବିଧାୟକମାନେ ତାଙ୍କୁ ସ୍ୱାଗତ କରି ଗୃହ ଭିତରକୁ ନେଇଥିଲେ । ପୂର୍ବରୁ ଅନେକ ଥର ବିଧାନସଭାକୁ ଆସିଛନ୍ତି ନବୀନ ପଟ୍ଟନାୟକ । ହେଲେ ଏଥର ନବୀନ ଗୃହକୁ ଆସିବା ଟିକେ ଅଲଗା ଥିଲା । ପୂର୍ବରୁ ସବୁବେଳେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ଗୃହ ଭିତରକୁ ଯାଇଥିଲେ । ହେଲେ ପ୍ରଥମ ଥର ନବୀନ ବିରୋଧୀ ଭାବେ ବିଧାନସଭାର ପ୍ରବେଶ କରିଥିଲେ । ତାଙ୍କ ପ୍ରତି ବିଧାୟକଙ୍କ ସମ୍ମାନ ଓ ଶ୍ରଦ୍ଧା ଦେଖିବାର ଥିଲା ।

ଆଜି ବିଧାୟକ ଭାବେ ବିଧାନସଭାରେ ଶପଥ ନେଇଛନ୍ତି ନବୀନ ପଟ୍ଟନାୟକ । କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନବୀନଙ୍କୁ ବିଧାୟକ ଭାବେ ଶପଥପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମେ ବିଧାୟକ ଭାବେ ଶପଥ ଗ୍ରହଣ କରିଥିବା ବେଳେ ପର୍ଯ୍ୟାୟକ୍ରମେ ଅନ୍ୟ ବିଧାୟକ ମାନେ ଶପଥ ନେଇଛନ୍ତି । ନବୀନ ପଟ୍ଟନାୟକ ବିଧାନସଭାରେ ପହଞ୍ଚିବା ପରେ ବିଜେଡିର ଅନ୍ୟ ବିଧାୟକ ମାନେ ତାଙ୍କୁ ପାଛୋଟି ନେଇଥିଲେ ।ଚଳିତଥର ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଜି ଆସନରୁ ନିର୍ବାଚନ ଲଢିଥିଲେ ନବୀନ ପଟ୍ଟନାୟକ । କଣ୍ଟାବାଞ୍ଜିରେ ନବୀନ ପରାଜିତ ହୋଇଥିବା ବେଳେ ହିଞ୍ଜିଳି ଆସନରେ ଅଳ୍ପ ଭୋଟରେ ବିଜୟୀ ହୋଇଥିଲେ ନବୀନ ପଟ୍ଟନାୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+