ଗୃହରେ ବିଧାୟକ ହାତାହତି, ଦିନ ୧୨ ଯାଏଁ ଗୃହ ମୁଲତବି
Odisha Assembly Budget Session: ବିଧାନସଭା ଗୃହ ଆରମ୍ଭରୁ ହଟ୍ଟଗୋଳ ହୋଇଥିଲା । ପ୍ରବଳ ହଙ୍ଗମା ପାଇଁ ଗୃହ ଚାଲିପାରିଲା ନାହିଁ । ଦିନ ୧୨ ଟା ଯାଏଁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି । ଗୃହରେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ହାତାହାତି ହେବା ପରେ ପରିସ୍ଥିତି ଅଧିକ ବିଗିଡି ଯାଇଥିଲା । ବିଧାନସଭା ପ୍ରଶ୍ନୋତ୍ତର ଚାଳିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଥିଲେ ।

ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଦଳ କଂଗ୍ରେସ ଓ ବିଜେଡିର ହୋହଲ୍ଲା ହୋଇଥିଲା । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବା ପାଇଁ ବିରୋଧୀ ଦଳ ଉଦ୍ୟମ କରିଥିଲା । ଜୟନାରାୟଣ ପ୍ରସଙ୍ଗ ନେଇ ବିଜେଡି କରୁଛି ପ୍ରତିବାଦ କରୁଥିବା ବେଳେ କଂଗ୍ରେସ ନାରୀ ନିର୍ଯାତନା ପ୍ରସଙ୍ଗରେ ସରକାରଙ୍କୁ ବିରୋଧ କରିଥିଲା ।
ଗୃହ ଆରମ୍ଭରୁ ରିପୋର୍ଟର ଟେବୁଲ ଉପରେ ଚଢି ରୋମାଞ୍ଚ ବିଶ୍ୱାଳ, ତାରା ବାହିନିପତି, ଯୋଗେଶ୍ ସିଂ ବିରୋଧ ପ୍ରଦର୍ଶନ କରିଥିଲେ । ସାଗର ଦାସ, ଦେବୀ ତ୍ରିପାଠୀ, ମାଧବ ଧଡା, ଅଭିମନ୍ୟୁ ସେଠି ପ୍ରତିବାଦ କରିଛନ୍ତି । ଅନ୍ୟପଟେ ଜୟନାରାୟଣ ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକ କଳାପଟି ପିନ୍ଧି ଗୃହକୁ ଆସିଥିଲେ ।












Click it and Unblock the Notifications