Odisha Assembly Session 2025: ଅଙ୍ଗନବାଡ଼ି ପିଲାଙ୍କ ପାଇଁ ଖୁସିଖବର
ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରିଛନ୍ତି ।ମୋଟ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକି ଗତ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ । ବିଭିନ୍ନ କ୍ଷେତ୍ର ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା ହୋଇଛି।
ଶିଶୁ ବିକାଶ କ୍ଷେତ୍ରରେ ମଧ୍ୟ ଏକ ବଡ଼ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୫ ଅଗଷ୍ଟ ୧୫ ତାରିଖ ସୁଦ୍ଧା ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରରେ ନାମ ଲେଖାଇଥିବା,୧୬ ଲକ୍ଷ ୯୫ ହଜାର ପ୍ରାକ ସ୍କୁଲ ପିଲାଙ୍କୁ ମାଳତୀ ଦେବୀ ପ୍ରାକ ବିଦ୍ୟାଳୟ ପରିଧାନ ଯୋଜନାରେ ୟୁନିଫର୍ମ ପ୍ରଦାନ କରାଯିବ। ଏହି ଯୋଜନା ପାଇଁ ୮୫ କୋଟି ଟଙ୍କା ବ୍ୟୟ ବରାଦ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।













Click it and Unblock the Notifications