ପୁଣି କମ୍ପିବ ବିଧାନସଭା : କ’ଣ ରହିବ ଚର୍ଚ୍ଚା ?
ତିନି ଦିନ ଛୁଟି ପରେ ଆଜିଠୁ ପୁଣି କମ୍ପିବ ବିଧାନସଭା। ନିଲମ୍ବିତ କଂଗ୍ରେସ ବିଧାୟକଙ୍କ ଉପରୁ ହଟବି କି ନିଲମ୍ବନ, ତାହା ଉପରେ ରହିବ ନଜର। ଗୃହରେ ପୁଣି ହଙ୍ଗାମା କରିପାରେ ବିଜେଡି । କଂଗ୍ରେସ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରୁଛି ବିରୋଧୀ ଦଳ ବିଜେଡି । ଆଉ ଏହାକୁ ନେଇ ମଧ୍ୟ ଆଜି ହଙ୍ଗାମା କରିପାରେ ବିଜୁ ଜନତା ଦଳ ।

ସେପଟେ, ଆଇନ ଶୃଙ୍ଖଳା ପ୍ରସଙ୍ଗରେ ରାଜ୍ୟ ସରକାରକୁ ଘେରିବା ନେଇ ମଧ୍ୟ ରଣନୀତି କରିପାରେ ବିଜେଡି। ଗତ ଦୁଇ, ତିନ ଦିନ ଭିତରେ ସାରା ରାଜ୍ୟରେ ଦେଖା ଦେଇଥିବା ଅପରାଧିକ ଘଟଣା ଗୃହରେ ଉଠିବା ସମ୍ଭାବନା ରହିଛି । ସେହିପରି ନିଲମ୍ବିତ କଂଗ୍ରେସ ବିଧାୟକ ମଧ୍ୟ ଆଜି ପୁଣି ବିଧାନସଭା ପରିସରରେ ଧାରଣା ଦେଇପାରନ୍ତି ।












Click it and Unblock the Notifications