Odisha Assembly: ଚାଲିପାରିଲାନି ଗୃହ; ୧୨ଟା ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି

ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ, ଚାଲିପାରିଲାନି ଗୃହ । ୧୨ଟା ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି । ଗୃହର ମଧ୍ୟଭାଗରେ ବିଜେଡି ଓ କଂଗ୍ରେସର ପ୍ରବଳ ହଟ୍ଟଗୋଳ ।

Odisha Assembly session 2025

ଆସନ୍ତା ୧୭ ତାରିଖରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ୨୦୨୫-୨୬ ଆର୍ଥିକବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଚଳିତ ଅଧିବେଶନରେ ୨୮ଟି କାର୍ଯ୍ୟଦିବସ ରହିଛି।

ରାଜ୍ୟପାଳ ବିଧାନସଭା ଗୃହରେ 'ଜୟ ଜଗନ୍ନାଥ' କହି ଅଭିଭାଷଣ ରଖିଥିଲେ। ଓଡ଼ିଶା ଖଣିଜ ସମ୍ପଦରେ ଭରପୂର ଥିବାବେଳେ ରାଜ୍ୟ ନିଜର ଐତିହ୍ୟ ଓ କୀର୍ତ୍ତିରାଜି ପାଇଁ ପରିଚିତ ବୋଲି ସେ ଉଲ୍ଲେଖ କରିବା ସହ ସରକାରଙ୍କ ବିକାଶମୂଳକ ଯୋଜନାକୁ ପ୍ରଶଂସା କରିଥିଲେ। ମହିଳା କୈନ୍ଦ୍ରିକ ଫ୍ଲାଗଶିପ ସ୍କିମ 'ସୁଭଦ୍ରା'ରେ ଏପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ୧ କୋଟି ମହିଳା ହିତାଧିକାରୀ ଲାଭାନ୍ବିତ ହୋଇସାରିଛନ୍ତି। ସେହିପରି ୨୦୨୪-୨୫ରେ ୨୪ ହଜାରରୁ ଅଧିକ ସରକାରୀ ପଦବୀ ପୂରଣ ହୋଇଥିବାବେଳେ ଆସନ୍ତା ୫ ବର୍ଷ ମଧ୍ୟରେ ୧.୫ ଲକ୍ଷ ସରକାରୀ ଚାକିରି ସୃଷ୍ଟି କରାଯିବ ଏବଂ ପ୍ରଥମ ଦୁଇ ବର୍ଷରେ ୬୫ହଜାର ପଦବୀ ପୂରଣ ହେବ।

୨ବର୍ଷରେ ବୟନ ଶିଳ୍ପ କ୍ଷେତ୍ରରେ ୫୦ହଜାର ନିଯୁକ୍ତି ଏବଂ ଆସନ୍ତା ୫ବର୍ଷ ମଧ୍ୟରେ ଆଇଟି/ଆଇଟିଇଏସ୍‌ରେ ୫୦ହଜାର ନିଯୁକ୍ତି ସୃଷ୍ଟି ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ସରକାର କାମଧେନୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଗଣତିମଣତି କରାଯାଇଛି। ୨୦୨୭ ସୁଦ୍ଧା ୨୫ଲକ୍ଷ ମହିଳାଙ୍କୁ 'ଲକ୍ଷପତି ଦିଦି' ଭାବେ ରାଜ୍ୟ ସରକାର ସଶକ୍ତ କରିବେ। ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରାୟ ୧୦ଲକ୍ଷ ମହିଳାଙ୍କୁ ଏହି ସ୍ତରର ଆୟ ହାସଲ ପାଇଁ ତାଲିମ ଦିଆଯାଉଛି। ଏହାବାଦ୍‌ ପ୍ରଧାନମନ୍ତ୍ରୀ ଇ-ବସ୍‌ ସେବା ଯୋଜନା ଅଧୀନରେ ରାଜ୍ୟର ବିଭିନ୍ନ ସହରରେ ୪୦୦ଟି ଇ-ବସ୍‌ ଚାଲିବ। ଗତ ପ୍ରାୟ ୮ମାସ ମଧ୍ୟରେ ସରକାର ଗ୍ରହଣ କରିଥିବା ବିଭିନ୍ନ ନିଷ୍ପତ୍ତି ଓ କାର୍ଯ୍ୟକାରୀ କରିଥିବା ବିଭିନ୍ନ ଯୋଜନାକୁ ପ୍ରଶଂସା କରି ଏହା ରାଜ୍ୟର ବିକାଶକୁ ଗତି ଦେବ ବୋଲି ରାଜ୍ୟପାଳ ଆଶାବ୍ୟକ୍ତ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+