ଗତ ୪ ବର୍ଷରେ ୩୬ ହଜାର ୪୨୦ ମହିଳା ନିଖୋଜ; ୮ ହଜାର ୪୦୩ ଜଣ ଶିଶୁ ମଧ୍ୟ ନିଖୋଜ
ସାମ୍ନାକୁ ଆସିଲା ମହିଳା ଓ ଶିଶୁ ନିଖୋଜର ଉଦ୍ବେଗଜନକ ଚିତ୍ର। ଗତ ୪ ବର୍ଷରେ ୩୬ ହଜାର ୪୨୦ ମହିଳା ନିଖୋଜ ଅଛନ୍ତି। ୮ ହଜାର ୪୦୩ ଜଣ ଶିଶୁ ମଧ୍ୟ ନିଖୋଜ ଅଛନ୍ତି।

ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର। ଦଲାଲଙ୍କ ଦ୍ବାରା ଅନ୍ୟ ରାଜ୍ୟକୁ ୪୨୧ ମହିଳା/ବାଳିକା ଚାଲାଣ ହୋଇଛନ୍ତି। ୪୫୩ ଜଣ ଦଲାଲଙ୍କୁ ଗିରଫ କରାଯାଇଛି ବୋଲି କହିଲେ ମୁଖ୍ୟମନ୍ତ୍ରୀ। ୧୪୧୭ ମହିଳା ଓ ୧୮୫୭ ଶିଶୁ ଉଦ୍ଧାର ହୋଇଛନ୍ତି। ୪ ବର୍ଷରେ ୭୪୮ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।
୨୦୨୪ରେ ମୋଟ ୨,୧୪,୧୧୩ ଅପରାଧିକ ମାମଲା ପଞ୍ଜିକୃତ
ପୂର୍ବ ବର୍ଷ ତୁଳନାରେ ୨୦୨୪ ରେ ଓଡ଼ିଶାରେ ଅପରାଧ ହାର ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି।
ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି ଯେ, ୨୦୨୪ରେ ମୋଟ ୨,୧୪,୧୧୩ ଅପରାଧିକ ମାମଲା ପଞ୍ଜିକୃତ ହୋଇଥିଲା, ଯାହା ୨୦୨୩ ମସିହାରେ ୧,୯୯,୯୫୪ ମାମଲା ଥିଲା। ଜନସଂଖ୍ୟା ବୃଦ୍ଧି, ମାମଲା ରିପୋର୍ଟିଂ ବୃଦ୍ଧି ଏବଂ ଦ୍ରୁତ ଆର୍ଥିକ ବିକାଶ ଭଳି କାରଣଗୁଡ଼ିକୁ ମୁଖ୍ୟମନ୍ତ୍ରୀ ମାମଲା ପଞ୍ଜିକରଣ ବୃଦ୍ଧି ପାଇଁ ଦାୟୀ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ, ୨୦୨୩ ମସିହାରେ ଚୋରି ମାମଲା ୧୬,୮୫୧ ରୁ ୨୦୨୪ ମସିହାରେ ୧୭,୮୦୫ ରେ ବୃଦ୍ଧି ପାଇଛି, ଦୁର୍ଘଟଣା ଜନିତ ମାମଲା ୨୦୨୩ ମସିହାରେ ୧୧,୯୯୨ ରୁ ୨୦୨୪ ମସିହାରେ ୧୨,୩୭୫ ରେ ପହଞ୍ଚିଛି, ଏବଂ ବଳାତ୍କାର ମାମଲା ୨୦୨୩ ମସିହାରେ ୨,୮୨୬ ରୁ ୨୦୨୪ ମସିହାରେ ୩୦୫୪ ରେ ପହଞ୍ଚିଛି।












Click it and Unblock the Notifications