Odisha Assembly Session 2025: ବଜେଟ ଅଧିବେଶନ ପାଇଁ ୩୦ ପ୍ଲାଟୁନ୍‌ ଫୋର୍ସ

Odisha Assembly Session 2025: ଆଜିଠାରୁ ଚଳିତବର୍ଷର ବଜେଟ ଅଧିବେଶନ । ଏଥିପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ବିଧାନସଭା ।

ବୁଧବାର ଅପରାହ୍ନରେ ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ବିଧାନସଭା ପରିସରରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଏହି ସମୟରେ ଟୁଇନ୍‌ ସିଟି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାଶ, ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ଅବସରରେ ଦାୟିତ୍ୱରେ ଥିବା ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଡିଜିପି ସୁରକ୍ଷା ବ୍ୟବସ୍ଥାର ବିଭିନ୍ନ ଦିଗକୁ ନେଇ ଆଲୋଚନା କରିଥିଲେ। ଭୁବନେଶ୍ୱର ଡିସିପି ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା ପରିଚାଳିତ ହେଉଛି ।

Odisha Assembly Session

ବିଧାନସଭା ସୁରକ୍ଷା ପାଇଁ ୩୦ ପ୍ଲାଟୁନ୍‌ ଫୋର୍ସ ସହ ୧୦୦ ଅଫିସରଙ୍କୁ ନିୟୋଜିତ କରାଯାଇଛି । ରୁଫଟପ୍‌ ସିକ୍ୟୁରିଟି ବ୍ୟବସ୍ଥା କରାଯାଇଥିବା ବେଳେ ଆନ୍ଦୋଳନକାରୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇ ସ୍ବତନ୍ତ୍ର ଫୋର୍ସ ମୁତୟନ କରାଯାଇଛି । ଧାରଣାସ୍ଥଳ ମହାତ୍ମା ଗାନ୍ଧୀ ମାର୍ଗକୁ ସିସିଟିଭି ନଜରରେ ରଖାଯାଇଛି ।

କୌଣସି ଜରୁରିକାଳୀନ ପରିସ୍ଥିତି ପାଇଁ ସ୍ପେଶାଲ ଟାକ୍ଟିକାଲ ୟୁନିଟ୍‌, କୁଇକ୍‌ ରିଆକ୍ସନ୍‌ ଟିମ୍‌, ମୋବାଇଲ କୁଇକ୍‌ ରିଆକ୍ସନ୍‌ ଟିମ୍‌ ଏବଂ କମିଶନରେଟ୍‌ ପୋଲିସର କାଉଣ୍ଟର ଟେରରିଷ୍ଟ୍‌ ସ୍କ୍ବାଡ୍‌ (ସିଟିଏସ୍‌)କୁ ମଧ୍ୟ ସଜାଗ ରଖାଯାଇଛି। ବିଧାନସଭା ଭିତର, ପରିସର ଏବଂ ପିଏମ୍‌ଜି ଛକ ଆଦି ସମ୍ପୂର୍ଣ୍ଣ ସ୍ଥାନକୁ ସିଲ୍‌ କରାଯାଇଛି ।

ଡଗ୍‌ ସ୍କ୍ବାଡ୍‌ ଓ ବମ୍‌ ସ୍କ୍ବାଡ୍‌ ମଧ୍ୟ ଯାଞ୍ଚ କରିବା ସହ ଜଗି ରହିଛନ୍ତି। ଗଣମାଧ୍ୟମକୁ ପୋଲିସ ଡିଜି ଖୁରାନିଆ କହିଛନ୍ତି, ଏହି ଅଧିବେଶନ ପାଇଁ ସବୁ ଦିଗକୁ ଦୃଷ୍ଟିରେ ରଖି ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୋଲିସକୁ ଯାହା ଆବଶ୍ୟକ ଥିଲା ତାହା ପୋଲିସ ମୁଖ୍ୟାଳୟ ପକ୍ଷରୁ ଯୋଗାଇ ଦିଆଯାଇଛି ବୋଲି ଡିଜିପି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+