Odisha Assembly Session 2025 : ହୀରାକୁଦ ଡ୍ୟାମ୍ର ନବୀକରଣ ପାଇଁ ୮୫୦ କୋଟି ବ୍ୟୟ
ହୀରାକୁଦ ଡ୍ୟାମ୍ର ନବୀକରଣ ପାଇଁ ୮୫୦ କୋଟି ବ୍ୟୟ ହେବ । ଅନ୍ୟାନ୍ୟ ଡ୍ୟାମ ଉନ୍ନତି ପାଇଁ ଖର୍ଚ୍ଚ ହେବ ୫୭ କୋଟି। ନଳକୂପଗୁଡ଼ିକ ପାଇଁ ବଜେଟ୍ରେ ୧୧୫୦ କୋଟି ରହିଛି । ଜଳସମ୍ପଦ ବିଭାଗରେ ମୁହାଣ ଖନନ ପାଇଁ ୩୮୬ କୋଟି ଅଟକଳ ।

ରାଜ୍ୟ ସରକାର ଜଳସେଚନ ପାଇଁ ଯୋଜନା କରିଛନ୍ତି। ବଜେଟ୍ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଅନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା, ମହାନଦୀ ନଦୀକୂଳ ବିକାଶ, ହୀରାକୁଦରୁ ବାହାରିଥିବା କେନାଲରେ ଉନ୍ନତୀକରଣ, ରାଜ୍ୟର ପୁରୁଣା ଡ୍ୟାମ୍ର ପୁନରୁଦ୍ଧାର, ଅଚଳ ଉଠାଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର, -ପାର୍ବତୀଗିରି ବୃହତ୍ ଉଠାଜଳସେଚନ ଯୋଜନାରେ ନୂଆ ପ୍ରକଳ୍ପ, ଆଦିବାସୀ ଅଞ୍ଚଳରେ ଜଳସେଚନକୁ ଗୁରୁତ୍ବ, ନାଳ, ଝରଣା, ଚେକ୍ଡ୍ୟାମ୍ ନିର୍ମାଣ କରାଯିବ।
ରାଜ୍ୟ ସରକାର କୃଷି ଓ କୃଷକଙ୍କର ବିକାଶ ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଚାଷୀମାନେ ଏବେ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ ବିକ୍ରି କରୁଛନ୍ତି। ଦେଶରେ ପିଏମ୍ କିସାନ ଯୋଜାନରେ ଲାଗୁ ହେବା ଦ୍ବାରା ଓଡ଼ିଶାର ଚାଷୀମାନେ ମଧ୍ୟ ଉପକୃତ ହେଉଛନ୍ତି। ରାଜ୍ୟ ସରକାର କେବଳ ଧାନ ନୁହେଁ, ବରଂ କପା ଚାଷକୁ ମଧ୍ୟ ଗୁରୁତ୍ବ ଦେଉଛନ୍ତି। ବାଜରା, ଡାଲିଜାତୀୟ ଫସଲ, ତୈଳବୀଜ ଓ ପନିପରିବା ଚାଷକୁ ଗୁରୁତ୍ବ ଦେଇଛନ୍ତି। ସରକାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆୟ ଦୁଇଗୁଣ କରିବା ପାଇଁ ଲକ୍ଷ୍ୟ ରଖିଛୁ। ଆଳୁ ମିସନକୁ ସଫଳ କରିବା ପାଇଁ ଚାଷୀମାନଙ୍କୁ ୧ଲକ୍ଷ ୬୦ ହଜାର ବିହନ ଯୋଗାଇ ଦିଆଯାଇଛି। ମିଲେଟ ଚାଷକୁ ଗୁରୁତ୍ବ ଦିଆଯାଇଛି। ୧୭୭ଟି ବ୍ଲକରେ ମିଲେଟ ମିସନ୍ ଜାରି ରହିଛି। ରାଜ୍ୟ ସରକାର ଶୀତଳଭଣ୍ଡା ପ୍ରତିଷ୍ଠା କରିବା ଉପରେ ମଧ୍ୟ ଗୁରୁତ୍ବ ଦେଉଛନ୍ତି। ୨୫୨ କୋଟି ଟଙ୍କାର ପ୍ରାବଧାନ କରିଛୁ। ଏହା ଦ୍ବାରା ରାଜ୍ୟର ୫୮ଟି ଉପଖଣ୍ଡରେ ଶୀତଳଭଣ୍ଡାର ଉପସ୍ଥାପନ ହୋଇପାରିବ। ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କୃଷି ଯୋଜନା ଆରମ୍ଭ କରିଛନ୍ତି।












Click it and Unblock the Notifications