Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ବଢୁଛି ବସ୍ତି ସଂଖ୍ୟା, କେଉଁ ସହରରେ କେତେ ଜଣ ବସ୍ତି ବାସିନ୍ଦା ?

ରାଜ୍ୟରେ ବର୍ଷକୁ ବର୍ଷ ବଢୁଛି ବସ୍ତି ଅଞ୍ଚଳ, ବଢୁଛି ବସ୍ତି ବାସିନ୍ଦାଙ୍କ ସଂଖ୍ୟା। ଭୁବନେଶ୍ୱରରେ ସର୍ବାଧିକ ଲୋକ ରହୁଛନ୍ତି ବସ୍ତି ଅଞ୍ଚଳରେ । ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ବସ୍ତିରେ ରହୁଛନ୍ତି ୮୦ ହଜାର ୫୨୦ ପରିବାର ।

ସେହିପରି ବ୍ରହ୍ମପୁର ମହାନଗର ନିଗମ ଅଧୀନ ବସ୍ତିରେ ୧୫ ହଜାର ୫୬୪ ପରିବାର । କଟକ ମହାନଗର ନିଗମ ଅଧୀନ ବସ୍ତିରେ ୨୩ ହଜାର ୨୯୬ ପରିବାର ଓ ରାଉରକେଲା ମହାନଗର ନିଗମ ଅଧୀନ ବସ୍ତିରେ ୩୮ ହଜାର ୯୭୦ ପରିବାର। ସେହିପରି ସମ୍ବଲପୁର ମହାନଗର ନିଗମ ଅଧୀନ ବସ୍ତିରେ ରହୁଛନ୍ତି ୩୬ ହଜାର ୭୪୫ ପରିବାର । ସମୁଦାୟ ପାଞ୍ଚ ମହାନଗର ନିଗମରେ ରହୁଛନ୍ତି ୧୯୮୦୯୫ ବସ୍ତି ପରିବାର । ଯେଉଁଥିରେ ଭୁବନେଶ୍ୱରରେ ସର୍ବାଧିକ ବସ୍ତି ବସ୍ତି ବାସିନ୍ଦା ବୋଲି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର।

odisha assembly session 2024

ବିଧାନସଭାର ଜାରି ରହିଛି ଶୀତ ଅଧିବେଶନ । ଶୀତ ଅଧିବେଶନ ଜାରି ରହିଥିବାବେଳେ ମିଶନ ଶକ୍ତି ମହିଳାଙ୍କ ବିକ୍ଷୋଭକୁ ନେଇ ଗୃହରେ ହଟ୍ଟଗୋଳ ଦେଖା ଦେଇଛି । ଏସବୁ ଭିତରେ ପକ୍ଷୀ ଗଣନାକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଉତ୍ତର ରଖିଛନ୍ତି । ଆସନ୍ତା ମାସରେ ପକ୍ଷୀ ଗଣନା ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଗୃହରେ ଉତ୍ତର ରଖିଛନ୍ତି, ନଭେମ୍ବର ସୁଦ୍ଧା ଓଡ଼ିଶା ଆସିଛନ୍ତି ୪ ଲକ୍ଷ ୯୪ ହଜାର ୩୬୬ ବିଦେଶାଗତ ପକ୍ଷୀ । କେବଳ ନଳବଣକୁ ଆସିଛନ୍ତି ୨ ଲକ୍ଷ ୧୭ ହଜାର ୧୭୦ ବିଦେଶାଗତ ପକ୍ଷୀ । ବିଦେଶାଗତ ପକ୍ଷୀଙ୍କ ପାଇଁ ୨୧ଟି ଅସ୍ଥାୟୀ ଶିବିର ସହ ୨ ଭ୍ରାମ୍ୟମାଣ ଦଳ ଗଠନ କରାଯାଇଛି । ଆସନ୍ତା ମାସରେ ପକ୍ଷୀ ଗଣନା ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

୧୦ ବର୍ଷରେ ରାଜ୍ୟରେ ୮୫୭ ହାତୀଙ୍କ ମୃତ୍ୟୁ

ଗତ ୧୦ ବର୍ଷରେ ରାଜ୍ୟରେ ୮୫୭ ହାତୀଙ୍କ ମୃତ୍ୟୁ ହୋଇଛି। ସେଥି ମଧ୍ୟରୁ ୩୦୫ ହାତୀ ରୋଗର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ବେଳେ ୧୪୯ ହାତୀ ବିଦ୍ୟୁତ ଆଘାତ, ୨୨୯ ହାତୀ ପ୍ରାକୃତିକ କାରଣରୁ ମୃତ୍ୟୁବରଣ କରିଛନ୍ତି । ୯୦ଟି ହାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ଆଜି ଗୃହରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୦୨୪ ନଭେମ୍ବର ସୁଦ୍ଧା ରାଜ୍ୟରେ ହାତୀ ସଂଖ୍ୟା ୨୧୦୩ ରହିଛନ୍ତି । ୨୦୧୫ରେ ୧୯୫୪ ହାତୀ ଥିବାବେଳେ ୨୦୧୭ ରେ ସଂଖ୍ୟା ବଢି ୧୯୭୬ରେ ପହଞ୍ଚିଥିଲା । ୨୦୨୪ ମେ ମାସରେ ଅନୁଷ୍ଠିତ ହାତୀ ଗଣନା ରିପୋର୍ଟରେ ଏହି ସଂଖ୍ୟା ୨୦୯୮ରେ ପହଞ୍ଚିଛି ବୋଲି ମନ୍ତ୍ରୀ କହିଛନ୍ତି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+