ଓଡ଼ିଶା ବିଧାନସଭା ଅଧିବେଶନ: ରାଜ୍ୟର ୧୪ ଜିଲ୍ଲାକୁ ଭୂକମ୍ପ ଭୟ
ଓଡ଼ିଶାର ୧୪ ଜିଲ୍ଲାକୁ ରହିଛି ଭୂକମ୍ପ ଭୟ। ଏନେଇ ବିଧାନସଭାରେ କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। କଂଗ୍ରେସ ବିଧାୟକ ପବିତ୍ର ସାଉଁଟାଙ୍କ ପ୍ରଶ୍ନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଲିଖିତ ଭାବେ ଏଭଳି ଉତ୍ତର ରଖିଛନ୍ତି।
ମନ୍ତ୍ରୀ କହିଛନ୍ତି, ରାଜ୍ୟର ୧୪ ଜିଲ୍ଲାକୁ ଭୂକମ୍ପ ଭୟ ରହିଛି। ସେହିପରି ରାଜ୍ୟର ଏକମାତ୍ର ଜିଲ୍ଲା ଭାବେ ଗଜପତିରେ ଅଧିକ ଭୂସ୍ଖଳନ ପ୍ରବଣ ଅଞ୍ଚଳ ରହିଛି। ଗଜପତିରେ ୧୨୯ଟି ଭୂସ୍ଖଳନ ପ୍ରବଣ ଅଞ୍ଚଳ ଅଛି। ଭୂକମ୍ପ ହ୍ରାସ ପାଇଁ ବିଭିନ୍ନ ବିଭାଗ, ପାଣିପାଗ ନିର୍ଦ୍ଦେଶାଳୟ, ଅମୃତା ବିଶ୍ୱ ବିଦ୍ୟାପୀଠ,କେରଳ ମଧ୍ୟରେ ଲଗାତାର ସମନ୍ୱୟ ବୈଠକ ବସୁଛି । ଅଧିକ ସର୍ଭେ ପାଇଁ ଓସଡ଼ମା ଏବଂ ଅମୃତା ବିଶ୍ୱ ବିଦ୍ୟାଳୟ ମଧ୍ୟରେ ଚୁକ୍ତିନାମା ସ୍ୱକ୍ଷର ହୋଇଛି। ସେହିପରି ରାଜ୍ୟର ୧୪ ଜିଲ୍ଲା ଜୋନ-୩ଭୂକମ୍ପ ଅଞ୍ଚଳରେ ଆସୁଛି ବୋଲି ସେ କହିଛନ୍ତି।

ଭୂକମ୍ପ ଅଞ୍ଚଳରେ ମଧ୍ୟରେ ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ, ବରଗଡ଼, ବାଲେଶ୍ଵର, ମୟୂରଭଞ୍ଜ ଆଦି ଜିଲ୍ଲା ଆସୁଛି । ତେବେ ରାଜ୍ୟ ସରକାର ଏନେଇ ଯୋଜନାବଦ୍ଧ ଭାବେ ପଦକ୍ଷେପ ନେବା ଉପରେ ଗୁରୁତ୍ବାରୋପ କରୁଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।












Click it and Unblock the Notifications