ଓଡ଼ିଶା ବିଧାନସଭା ଅଧିବେଶନ: ଆଜି ଏହି ବିଷୟରେ ହେବ ଆଲୋଚନା

ବିଧାନସଭାରେ କୃଷି ଓ କୃଷକ ସଶକ୍ତି କରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି, ସମବାୟ, ମତ୍ସ୍ୟ ଓ ପଶୁ ସମ୍ପଦ, ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନକାଳ ରହିଛି l ବୁଧବାର ଠାରୁ ଗୃହରେ ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ l ଏସ୍‌ସି, ଏସ୍‌ଟି ବିଭାଗର ଖର୍ଚ୍ଚଦାବି ଆଲୋଚନା ରହିଛି l

ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ଦୁଇ ବିରୋଧୀ ଗୃହରେ କଡା ଆଭିମୁଖ୍ୟ ରଖି ଶାସକ ଦଳକୁ ଘେରିଥିଲେ l ଗୃହରେ ହଟ୍ଟଗୋଳ ଯୋଗୁଁ ସକାଳ ବେଳା ଗୃହ ସ୍ୱାଭାବିକ ହୋପାରିନଥିଲା l

ସେପ୍ଟେମ୍ବର ୧୦ରେ ୨୦୨୪-୨୫ ମସିହା ପାଇଁ ବଜେଟ୍ ଉପରେ ବିନିଯୋଗ ବିଲ୍ ଆସିବ। ସେପ୍ଟେମ୍ବର ୧୨ ଓ ୧୩ରେ ବେସରକାରୀ ସଭ୍ୟଙ୍କ କାର୍ଯ୍ୟଦିବସ ରହିଛି। ଅପରପକ୍ଷେ ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ବାରମ୍ବାର ଗୃହ ତ୍ୟାଗ କରିଥିବାବେଳେ କେବଳ ଶାସକ ଦଳ ସଭ୍ୟଙ୍କୁ ନେଇ ଗୃହ ଚାଲିଥିଲା। ତେଣୁ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନରେ ବିରୋଧୀ ସେହି ପୁରୁଣା ଦାବିକୁ ପୁଣି ଉଠାଉଛନ୍ତି ନା ଗୃହ କାର୍ଯ୍ୟ ସ୍ବାଭାବିକ ହେବାରେ ସହଯୋଗ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ଅଛି।

ଉଲ୍ଲେଖଯୋଗ୍ୟ, ବିଧାନସଭାରେ ସେପ୍ଟେମ୍ବର ୧୦ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବାର କାର୍ଯ୍ୟକ୍ରମ ରହିଛି । ତା'ପୂର୍ବରୁ ଅଗଷ୍ଟ ୨୧ତାରିଖରେ ଅନୁସୂଚିତ ଜାତି,ଜନଜାତି ଓ ପଛୁଆବର୍ଗ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ । ୨୨ରେ ରାଜସ୍ୱ ଓ ବିପର୍ଯ୍ୟୟ, ୨୩ରେ ଖାଦ୍ୟଯୋଗାଣ ସ ଖାଉଟି କଲ୍ୟାଣ,ସମବାୟ ବିଭାଗ, ୨୭ରେ ମହିଳା ଓ ଶିଶୁବିକାଶ, ମିଶନଶକ୍ତି ଓ ପର୍ଯ୍ୟଟନ, ୨୮ରେ ଜଳସମ୍ପଦ, ୨୯ରେ ସ୍କୁଲ ଓ ଗଣଶିକ୍ଷା,ଉଚ୍ଚଶିକ୍ଷା, ୩୦ରେ ଶିଳ୍ପ ଓ ଏମଏସଏମଇ ବିଭାଗ, ୩୧ରେ ଗୃହ, ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବି ଉପରେ ଗୃହରେ ଆଲୋଚନା ହେବା ପାଇଁ କାର୍ଯ୍ୟ ପରାମର୍ଶଦାତା କମିଟିରେ ନିଷ୍ପତ୍ତି ନିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+