ବିଧାୟକ ଓ ପୂର୍ବତନ ବିଧାୟକଙ୍କ ପେନ୍ସନ୍ ବୃଦ୍ଧି ପାଇଁ ଦାବି; ପ୍ରଶ୍ନକାଳରେ ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକଙ୍କ ଦାବି
ବିଧାୟକ ଓ ପୂର୍ବତନ ବିଧାୟକଙ୍କ ପେନ୍ସନ୍ ବୃଦ୍ଧି ପାଇଁ ଦାବି । ପ୍ରଶ୍ନକାଳରେ ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକଙ୍କ ଦାବି । ତାରା ବାହିନୀପତି, ସନାତନ ବିଜୁଳି, ପୂର୍ଣ୍ଣ ସେଠୀ ଦାବି ଉଠାଇଲେ ।

ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ । ତାଙ୍କ କହିବା ମୁତାବକ, ପୂର୍ବତନ ବିଧାୟକମାନେ ବହୁତ କମ୍ ପେନସନ୍ ପାଉଛନ୍ତି, ତେଣୁ ସେମାନଙ୍କ ପେନସନ୍ ବଢାଇବା ଉଚିତ୍ ।
ସେ ସେ କହିଛନ୍ତି ଯେ, ପ୍ରଚଳିତ ବଜାର ମୂଲ୍ୟରେ ମିଳୁଥୁବା ଭତ୍ତା ଅନ୍ୟ ରାଜ୍ୟ ତୁଳନାରେ କମ୍ । ନେତା ଦିନ ରାତି କାମ କରି କଷ୍ଟ ପାଉଛି । ଜଣେ ବିଧାୟକଙ୍କର ୪ରୁ ୫ ରୋଗ ଥିବ । ସୁଗାରଠାରୁ ଆରମ୍ଭ କରି ସେମାନେ କିଡନୀ ରୋଗରେ ମଧ୍ଯ ପୀଡିତ । କିନ୍ତୁ ଏପରି ପରିସ୍ଥିତିରେ ତାଙ୍କୁ ମାତ୍ର ୨ ହଜାର ଟଙ୍କା ଭତ୍ତା ମିଳୁଛି । ଏହାସହ ବହୁ ପୂର୍ବତନ ବିଧାୟକ ଅଛନ୍ତି ଯେଉଁମାନେ କି କେବଳ ୩୦ ହଜାର ଟଙ୍କା ପେନସନ୍ ପାଉଛନ୍ତି । ଯେତେବେଳେ କି ସେମାନଙ୍କୁ ୨ରୁ ୩ ଲକ୍ଷ ଦରକାର । ଖାଲି ନିର୍ବାଚନମଣ୍ଡଳୀ ଗଲେ ୧୫ ହଜାର ତେଲ ପୋଡୁଛି ବୋଲି କହିବା ସହ, ପୂର୍ବତନ ବିଧାୟକଙ୍କ ପେନସନ୍ ଓ ବର୍ତ୍ତମାନ ବିଧାୟକଙ୍କ ଭତ୍ତା ବୃଦ୍ଧି କରିବାକୁ ସେ ଦାବି କରିଛନ୍ତି ।












Click it and Unblock the Notifications