ଜାତିଭିତ୍ତିକ ଜନଗଣନା ଆଲୋଚନା ଦାବିରେ ପ୍ରବଳ ହଟ୍ଟଗୋଳ: ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି । ପ୍ରଶ୍ନକାଳରେ କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ହୋହଲ୍ଲା । ଜାତିଭିତ୍ତିକ ଜନଗଣନା ଆଲୋଚନା ଦାବିରେ ପ୍ରବଳ ହଟ୍ଟଗୋଳ । ବାଚସ୍ପତିଙ୍କ ପୋଡିୟମ୍ ନିକଟରେ କଂଗ୍ରେସ ସଦସ୍ୟଙ୍କ ନାରାବାଜି । ତାରା ବାହିନୀପତି ଓ ଅଧିରାଜ ପାଣିଗ୍ରାହୀ ପୋଡ଼ିୟମକୁ ଚଢ଼ିବାକୁ ଉଦ୍ୟମ । ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି କଲେ ବାଚସ୍ପତି ।
ଦୁଇ ଦିନ ବିରତି ପରେ ଆଜି ପୁଣି ସରଗରମ ହୋଇଥିଲା ବିଧାନସଭା ଅଧିବେଶନ। ଆଜି ମଧ୍ୟ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଜାତିଭିତ୍ତିକ ଜନଗଣନା ଦାବିରେ କଂଗ୍ରେସ ଓ ବିଜେଡି ବିଧାୟକ ହଟ୍ଟଗୋଳ କରିଛନ୍ତି। ଉଭୟ ବିଜେଡ଼ି ଓ କଂଗ୍ରେସ ଗୃହର ମଧ୍ୟ ଭାଗକୁ ଆସି ପ୍ରବଳ ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟ ଅଚଳ ହୋଇଥିଲା।













Click it and Unblock the Notifications