ରାଜ୍ୟରେ ଥିବା ଜେଲମାନଙ୍କରେ ବଡୁଛି କଏଦୀଙ୍କ ମୃତ୍ୟୁସଂଖ୍ୟା: ତିନି ବର୍ଷରେ ଗଲାଣି ୧୭୮ ଜଣଙ୍କ ଜୀବନ
ରାଜ୍ୟରେ ଥିବା ଜେଲମାନଙ୍କରେ ବଡୁଛି କଏଦୀଙ୍କ ମୃତ୍ୟୁସଂଖ୍ୟା। । ରାଜ୍ୟରେ ଥିବା ୮୫ଟି କାରାଗାର ମଧ୍ୟରୁ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମ, ଜାମୁଝରି ଓ ନାରୀବନ୍ଦୀ ନିକେତନ, ସମ୍ବଲପୁର ବ୍ୟତୀତ ଅନ୍ୟ କାରାଗାରମାନଙ୍କରେ ବନ୍ଦୀ ରହୁଥିବା ଶୟନ କକ୍ଷରେ ଉ.ଉ. କ୍ୟାମେରା ସଂଯୁକ୍ତ କରାଯାଇଅଛି । ଏହି ବ୍ୟବସ୍ଥା ୨୦୦୮ ମସିହାରେ ପ୍ରଚଳନ ହୋଇଛି । କାରାଗାରଗୁଡିକର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା ପ୍ରଚଳନ କରାଯାଇଅଛି। ଏହାସହ ଏସବୁ ମୃତ୍ୟୁ ଘଟଣାର ବିଭାଗୀୟ ତଦନ୍ତ ସମ୍ପୃକ୍ତ ମାଜିଷ୍ଟ୍ରେଟଙ୍କ ଦ୍ବାରା ହେଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ତିନି ବର୍ଷରେ ଜେଲ ଭିତରେ ଯାଇଛି ୧୭୮ ଜଣଙ୍କ ଜୀବନ। ପ୍ରତ୍ୟେକ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଦ୍ବାରା କରାଯାଇଅଛି ତଦନ୍ତ। ବିଧାନସଭା ଗୃହରେ ଲିଖତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ।

ସାଧାରଣ ନିର୍ବାଚନକୁ ଆସି ୬ ମାସ ହେଲାଣି, ହେଲେ ଏଯାଏଁ ସରକା ରୀ କ୍ୱାର୍ଟର ଛାଡିନାହାଁନ୍ତି ପୂର୍ବତନ ବିଧାୟକ । ରାଜ୍ୟର ପ୍ରାୟ ୧୪ ଜଣ ପୂର୍ବତନ ବିଧାୟକ ଏବେ ବି ସରକାରୀ କ୍ୱାର୍ଟରରେ ରହୁଛନ୍ତି । ଯାହାକୁ ନେଇ ଆଜି ବିଧାନସଭାରେ ଉଠିଛି ପ୍ରଶ୍ନ । ବାଲେଶ୍ୱର ବିଜେପି ବିଧାୟକ ମାନସ କୁମାର ଦତ୍ତ ଆଜି ଏନେଇ ମୁଖ୍ୟମନ୍ତ୍ରୀଙ୍କଠାରୁ ଉତ୍ତର ମାଗିଥିଲେ । ଯାହାର ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ରାଜ୍ୟରେ ସ୍ବାସ୍ଥ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ତେବେ ଏସବୁ ଭିତରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ସୂଚନା ଦେଇଛନ୍ତି । ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟରେ ମେଡିକାଲ କଲେଜ ହେବ । ୩୦ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଆଜି ଗୃହରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।
ଆଜି ବିଧାନସଭାର ଶୀତକାଳୀନ ଅଧିବେଶନରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ରାଜ୍ୟରେ ଡାକ୍ତର ଅଭାବ ଥିବା ନେଇ ଗୃହରେ ସ୍ୱୀକାର କରିଛନ୍ତି। ଏହା ସହ ସେ କହିଛନ୍ତି, ଡାକ୍ତର ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିବ। ୩୦୦୦ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିବ। ନିଯୁକ୍ତି ପାଇଁ ରାଜ୍ୟ ସରକାର ବିଜ୍ଞାପନ ପ୍ରକାଶ କରିବେ। ଖୁବଶୀଘ୍ର ୫ ହଜାର ଡାକ୍ତର ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିବ।












Click it and Unblock the Notifications