Odisha Assembly Session 2024: ବିଧାନସଭାରେ ଉପସ୍ଥାପନ ହେଲା ସିଏଜି ରିପୋର୍ଟ
ବିଧାନସଭାରେ ଉପସ୍ଥାପନ ହେଲା ସିଏଜି ରିପୋର୍ଟ । ସିଏଜି ରିପୋର୍ଟ ଉପସ୍ଥାପନ ବେଳେ କଂଗ୍ରେସର ହଟ୍ଟଗୋଳ। ଆଦାନୀ ପ୍ରସଙ୍ଗରେ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ। ନିଜ ଆସନରେ ଠିଆ ହୋଇ ପୋଷ୍ଟର ଦେଖାଇ ପ୍ରତିବାଦ। ଆସନ୍ତା ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବି କଲେ ବାଚସ୍ପତି।

ବିଧାନସଭାରେ ଉଠିଲା ସୁଭଦ୍ରା ଯୋଜନା
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ପ୍ରାୟ ୮୦ ଲକ୍ଷରୁ ଅଧିକ ଲୋକ ଟଙ୍କା ପାଇସାରିଥିବାବେଳେ, ୨୭ ହଜାରରୁ ଅଧିକ ଲୋକ ବ୍ୟାଙ୍କ ଓ ଆଧାର ତ୍ରୁଟି କାରଣରୁ ଟଙ୍କା ପାଇପାରି ନାହାଁନ୍ତି । ଏଥିସହ ୨ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ସୁଭଦ୍ରା ଯୋଜନା ପାଇଁ ଅଯୋଗ୍ୟ ବିବେଚିତ ହେଇଛନ୍ତି ବୋଲି ଗୃହରେ ଉତ୍ତର ରଖିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ଏ ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ । କେଉଁ ଜିଲ୍ଲାରୁ କେତେ ସଂଖ୍ୟକ ମହିଳା ସୁଭଦ୍ରା ଯୋଜନା ଆବେଦନ କରିଛନ୍ତି । ଆଉ କେତେ ଜଣ ସୁଭଦ୍ରା ଯୋଜନା ଟଙ୍କା ପାଇସାରିଛନ୍ତି ସେନେଇ ପ୍ରଶ୍ନ କରିଥିଲେ ପ୍ରଦୀପ ଦିଶାରୀ । ଯାହାର ଉତ୍ତର ରଖିଥିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ସୂଚନା ଦେଇ ପ୍ରଭାତୀ କହିଥିଲେ, ଡିସେମ୍ବର ୨ ତାରିଖ ସୁଦ୍ଧା ରାଜ୍ୟର ୧,୦୫,୪୩,୨୩୮ ଜଣ ଲୋକ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି । ସେଥିମଧ୍ୟରୁ ୮୦ ଲକ୍ଷ ୧ ହଜାର ୯୯୭ ଜଣ ସୁଭଦ୍ରା ଟଙ୍କା ପାଇଛନ୍ତି । ତେବେ ୨୭ ହଜାର ୭୭୪ ଜଣ ବ୍ୟାଙ୍କ ଆକାଉଣ୍ଟ ଓ ଆଧାର ଗତ ତ୍ରୁଟି କାରଣରୁ ଏବଂ ୨ ଲକ୍ଷ ୨୦ ହଜାର ୨୫୯ ଜଣ ଅଯୋଗ୍ୟ ବିବେଚିତ ହେବା କାରଣରୁ ଟଙ୍କା ପାଇପାରିନାହାଁନ୍ତି । ଏଥିସହ କେଉଁ ଜିଲ୍ଲାର କେତେ ମହିଳା ସୁଭଦ୍ରା ଯୋଜନା ଟଙ୍କା ପାଇଛନ୍ତି ସେନେଇ ସର୍ବିଶେଷ ବିବରଣୀ ଦେଇଛନ୍ତି ପ୍ରଭାତୀ ପରିଡା












Click it and Unblock the Notifications