ରାଜ୍ୟରେ ୫ ବର୍ଷରେ ୫୭୨ ଆଦିବାସୀ ଛାତ୍ରୀ ଓ ମହିଳା ହୋଇଛନ୍ତି ବଳାତ୍କାରର ଶିକାର
ରାଜ୍ୟରେ ୫ ବର୍ଷରେ ୫୭୨ ଆଦିବାସୀ ଛାତ୍ରୀ ଓ ମହିଳା ବଳାତ୍କାରର ଶିକାର ହୋଇଛନ୍ତି । ଶୁକ୍ରବାର ବିଧାନ ସଭାରେ ଜୟପୁର ବିଧାୟକଙ୍କ ପ୍ରଶ୍ନରେ ଏସ୍ସି/ଏସ୍ଟି ଉନ୍ନୟନ ମନ୍ତ୍ରୀ ଏନେଇ ଉତ୍ତର ରଖିଛନ୍ତି। ତେବେ ଥାନାରେ ରୁଜୁ ହୋଇଥିବା ୫୭୨ ମାମଲାରୁ ୩୨ଟିର ଫଇସଲା ହୋଇଛି । ୫୦୯ ମାମଲାରେ ଚାର୍ଜସିଟ ଦାଖଲ ହୋଇଥିବା ବେଳେ ୩୧ଟି ମାମଲା ବିଚାରାଧୀନ ଥିବା ଏସ୍ସି/ଏସ୍ଟି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।
ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରଶ୍ନ କରିଥିଲେ ରାଜ୍ୟରେ ୫ ବର୍ଷରେ କେତେ ଆଦିବାସୀ ଛାତ୍ରୀ ଓ ମହିଳା ବଳାତ୍କାରର ଶିକାର ହୋଇଛନ୍ତି? କେତୋଟି ମାମଲା ଫଇସଲା ହୋଇଛି? କେତୋଟି ଚାର୍ଜସିଟ ଦାଖଲ ହୋଇଛି? ଏବଂ କେତୋଟି ବିଚାରାଧୀନ ରହିଛି। ଯାହାର ଉତ୍ତର ରଖି ଏସ୍ସି/ଏସ୍ଟି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ୫୭୨ ମାମଲାରୁ ୩୨ଟିର ଫଇସଲା ହୋଇଛି । ୫୦୯ ମାମଲାରେ ଚାର୍ଜସିଟ ଦାଖଲ ହୋଇଥିବା ବେଳେ ୩୧ଟି ମାମଲା ବିଚାରାଧୀନ ରହିଛି।

ରାଜ୍ୟରେ ସଡ଼କ ଦୁର୍ଘଟଣାରେ ଦିନକୁ ଦିନ ବଢିବାରେ ଲାଗିଛି। ସଡକ ଦୁର୍ଘଟଣାରେ ଦିନକୁ ପ୍ରାୟ ୧୫ ଜଣଙ୍କ ପ୍ରାଣହାନୀ ଘଟୁଛି। ୨୦୨୩ରେ ୫ ହଜାର ୬୯୬ ଜଣଙ୍କର ସଡ଼କ ଦୁର୍ଘଟଣା ମୃତ୍ୟୁ ଘଟିଛି। ବିଧାନସଭାରେ ପ୍ରଶ୍ନକାଳରେ ବିଜେଡି ବିଧାୟକ ସନାତନ ମହାକୁଡ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ସଡ଼କ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।
୨୦୨୩ରେ ମୋଟ ୧୨ ହଜାର ୫୨ଟି ଦୁର୍ଘଟଣା ହୋଇଥିବା ବେଳେ ଆହତ ହୋଇଛତି ୧୦ ହଜାର ୪୧୯ ଜଣ। ଗତ ବର୍ଷ ସୁନ୍ଦରଗଡ ଜିଲାରେ ସର୍ବାଧିକ ୪୪୮ ଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ୨୬ ହଜାର ୩୧୫ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏହି ୫ ବର୍ଷ ମଧ୍ୟରେ ମୋଟ ୫୫ ହଜାର ୫୮୦ ଦୁର୍ଘଟଣା ହୋଇଥିବା ବେଳେ ୫୦ ହଜାର ୪୯୮ ଜଣ ଆହତ ହୋଇଛନ୍ତି।
୨୦୨୩ରେ ରାଜ୍ୟରେ ଦିନକୁ ପ୍ରାୟ ୩୩ରୁ ଅଧିକ ସଡ଼କ ଦୁର୍ଘଟଣା ଘଟୁଥିବା ବେଳେ ପ୍ରାୟ ୧୫ ଜଣ ଏଥିରେ ପ୍ରାଣ ହରାଇଛନ୍ତି। ତେବେ ୨୦୨୨ ବର୍ଷରେ ଦୁର୍ଘଟଣା ସଂଖ୍ୟା ଥିଲା ୧୧ ହଜାର ୬୬୩। ସେହି ବର୍ଷ ୫୪ ହଜାର ୬୭ ଜଣଙ୍କ ଜୀବନ ଯାଇଥିଲା। ୨୦୨୨ ବର୍ଷ ଅପେକ୍ଷା ୨୦୨୩ ବର୍ଷରେ ୩୮୯ଟି ଅଧିକ ଦୁର୍ଘଟଣା ଘଟିଛି। ସେହିପରି ୨୦୨୨ ତୁଳନାରେ ୨୦୨୩ରେ ୨୨୯ଟି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢିଛି












Click it and Unblock the Notifications