Odisha Assembly Session 2024: 10 ବର୍ଷରେ ୧୨୩ ଜଣ ମାଓବାଦୀ ନିପାତ
ଗତ 10 ବର୍ଷ ମଧ୍ୟରେ ରାଜ୍ୟରେ ମାଓ-ବିରୋଧୀ ଅପରେସନ ହୋଇଛି ଓ ଏହାର ପରିଣାମ ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୃହକୁ ସୂଚିତ କରିଛନ୍ତି । 2014 ରୁ 2024 ନଭେମ୍ବର ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ସୁରକ୍ଷାକର୍ମୀ- ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟଣାରେ ରାଜ୍ୟରେ ମୋଟ ୧୨୩ ଜଣ ମାଓବାଦୀ ନିହତ ହୋଇଛନ୍ତି । ବିଭିନ୍ନ ଅପରେସନରେ ୧୧ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟ କରିଛନ୍ତି ।

ରାଜ୍ୟରେ ଖାଲି ପଡ଼ିଛି ମାଳ ମାଲ ଡାକ୍ତରୀ ପଦବୀ
ଦୀର୍ଘ ଦିନ ଛୁଟିରେ ଥିବା ଡାକ୍ତରଙ୍କୁ ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର । ଆଜି ବିଧାନସଭାରେ ଉତ୍ତର ରଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଳିଙ୍ଗ କହିଛନ୍ତି, ଦୀର୍ଘ ଦିନ ଧରି ଛୁଟିରେ ଥିବା 196 ଡାକ୍ତରଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ । ସରକାରୀ ନିୟମ ଅନୁସାରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପକ୍ଷରୁ ଗୃହରେ ଏହି ଉତ୍ତର ରଖାଯାଇଛି ।
ରାଜ୍ୟରେ ଖାଲି ପଡିଛି 5 ହଜାର ଡାକ୍ତର ପଦବୀ
ରାଜ୍ୟରେ 1114 ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହ ମୋଟ 5 ହଜାର 14 ଡାକ୍ତର ପଦବୀ ଖାଲି ପଡିଛି । 30ଟି ଜିଲ୍ଲାର 375 ଟି 'ସିଏଚସି'ରେ ଏହି ପଦବୀଗୁଡିକ ଖାଲି ପଡିଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 450ଟି ପଦବୀ, ମୟୁରଭଞ୍ଜରେ 309ଟି, ଖୋର୍ଦ୍ଧାରେ 12ଟି, କଟକରେ 281ଟି ଡାକ୍ତର ପଦବୀ ଖାଲି ପଡିଛି । ସେହିପରି ସ୍ପେଶାଲ ଡାକ୍ତର ପଦବୀ ସର୍ବାଧିକ ମୟୁରଭଞ୍ଜରେ 87, ଗଞ୍ଜାମରେ 87, ଖୋର୍ଦ୍ଧାରେ 29, କଟକରେ 43 ଖାଲି ପଡିଛି । ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖି ସ୍ୱାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ ଗୃହକୁ ଏହି ସୂଚନା ଦେଇଛନ୍ତି ।
ଖାଲି ପଡ଼ିଛି ୧୩ ହାଜର ପୋଲିସ ପଦବୀ
ରାଜ୍ୟରେ ୧୩ ହାଜର ୩୭୩ ପୋଲିସ ପଦବୀ ବର୍ତ୍ତମାନ ସୁଦ୍ଧା ଖାଲି ପଡିଛି । ସେଥିମଧ୍ୟରୁ ଅଗ୍ନିଶମ ବିଭାଗରେ ୪୮୧ ପଦବୀ ପଡିଛି ଖାଲି ରହିଛି । ୨୪୧୬ ହୋମଗାର୍ଡ (ଗୃହରକ୍ଷୀ) ପଦବୀ ଖାଲି ପଡ଼ିଛି । ଜେଲଗୁଡିକରେ ମଧ୍ୟ ୮୬୨ ପଦବୀ ଖାଲି ପଡ଼ିଛି । କଂଗ୍ରେସ ବିଧାୟକ ପବିତ୍ର ସାଉଁଟାଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ତଥ୍ୟ ରଖିବା ସହ ଖାଲି ପଡିଥିବା ପଦବୀଗୁଡିକ ପାଇଁ ନୂତନ ଚୟନ ଓ ପଦୋନ୍ନତି ଆଧାରରେ ପୂରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଛନ୍ତି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications