Get Updates
Get notified of breaking news, exclusive insights, and must-see stories!

ପ୍ରକାଶ ପାଇଲା ରାଜ୍ୟ ଗୃହ ବିଭାଗର ଶ୍ବେତପତ୍ର; ଜାଣନ୍ତୁ, କେମିତି ରହିଛି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି

ପ୍ରକାଶ ପାଇଲା ରାଜ୍ୟ ଗୃହ ବିଭାଗର ଶ୍ବେତପତ୍ର। ରାଜ୍ୟ ସରକାର ୨୦୨୦ର ଶ୍ବେତପତ୍ର ପ୍ରକାଶ କରିଛନ୍ତି। ୨୦୨୦ ମସିହାରେ ରାଜ୍ୟରେ ୧ ଲକ୍ଷ ୩୪ ହଜାର ୨୩୦ ଅପରାଧିକ ମାମଲା ପଞ୍ଜୀକୃତ ହୋଇଥିଲା।

ଭୁବନେଶ୍ୱର: ପ୍ରକାଶ ପାଇଲା ରାଜ୍ୟ ଗୃହ ବିଭାଗର ଶ୍ବେତପତ୍ର। ରାଜ୍ୟ ସରକାର ୨୦୨୦ର ଶ୍ବେତପତ୍ର ପ୍ରକାଶ କରିଛନ୍ତି। ୨୦୨୦ ମସିହାରେ ରାଜ୍ୟରେ ୧ ଲକ୍ଷ ୩୪ ହଜାର ୨୩୦ ଅପରାଧିକ ମାମଲା ପଞ୍ଜୀକୃତ ହୋଇଥିଲା। ଆଉ ଏଥିମଧ୍ୟରୁ ଭାରତୀୟ ପିଙ୍ଗଳ କୋଡ୍ ବା ଆଇପିସିର ବିଭିନ୍ନ ଦଫାରେ ୧ ଲକ୍ଷ ୧୦ ହଜାର ୭୪୧ଟି ମାମଲା ପଞ୍ଜୀକୃତ ହୋଇଛି।

Odisha Assembly Session

ସେହିପରି ୧ଲକ୍ଷ ୩୪ ହଜାର ୨୩୦ଟି ଧର୍ତ୍ତବ୍ୟ ଅପରାଧରୁ ୧ ଲକ୍ଷ ୨୯ ହଜାର ୩୦୫ଟି ସତ୍ୟ ଅଟେ। ଆଉ ଏଥିରୁ ୯୩ ହଜାର ୨୨୯ ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି ବୋଲି ଶ୍ୱେତପତ୍ରରେ ଉଲ୍ଲେଖ ରହିଛି । ସେହିପରି ରାଜ୍ୟରେ କୌଣସି ଛାତ୍ର ଅଶାନ୍ତି ଦେଖାଯାଇ ନଥିବା ବେଳେ ୨୦୨୦ରେ ରୁଜୁ ହୋଇଥିବା ୫୧୪ଟି ଡକାୟତି ମାମଲା ମଧ୍ୟରୁ ୨୫୪ଟି ମାମଲାରେ ପୋଲିସ ଚାର୍ଜସିଟ୍ ଦାଖଲ କରିଛି ।

ସେହିପରି ୧୨ଜଣ ଆନ୍ତଃରାଜ୍ୟ ଡକାୟତଙ୍କ ସମେତ ୧ ହଜାର ୮୭୬ ଜଣଙ୍କ ଡକାୟତଙ୍କୁ ଗିରଫ କରାଯାଇଛି। ୨୦୨୦ ବର୍ଷରେ ୨ ହଜାର ୧୬୬ଟି ଲୁଣ୍ଠନ ମାମଲା ରୁଜୁ ହୋଇଥିଲା। ସିନ୍ଧିଚୋରି ୪ ହଜାର ୫୦୦ ଓ ଦୁଷ୍କର୍ମ ମାମଲା୨ ହଜାର ୯୮୪ଟି ରୁଜୁ ହୋଇଛି। ସେହିପରି ୯ ହଜାର ୮୧୭ଟି ମୋଟରଯାନ ଦୁର୍ଘଟଣା ଘଟିଥିବା ଶ୍ବେତପତ୍ରରେ ଉଲ୍ଲେଖ ଅଛି। ଗଞ୍ଜେଇ ଓ ବ୍ରାଉନସୁଗାର ଜବତରେ ରାଜ୍ୟକୁ ବଡ଼ ସଫଳତା ମିଳିଛି। ନିଶା ଦ୍ରବ୍ୟ କାରବାର ରୋକିବାରେ ସରକାରଙ୍କୁ ମିଳିଛି ବଡ ସଫଳତା।

ବର୍ଷକ ମଧ୍ୟରେ ୧ହଜାର ୩୭୪ କୁଇଣ୍ଟାଲ ଗଞ୍ଜେଇ ଓ ୩୪ କେଜି ବ୍ରାଉନସୁଗାର ଜବତ ସହିତ ୧୮ହଜାରରୁ ଅଧିକ ଏକର ଜମିରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ୩୧୩କୋଟି ୯୬ଲକ୍ଷ ୨୪ ହଜାର ୯୦୦ଟଙ୍କା ମୂଲ୍ୟର ସମ୍ପତ୍ତି ନିଆଁ କବଳରୁ ରକ୍ଷା କରାଯାଇଛି । ୨୦୨୦ ବାତ୍ୟା ଅମ୍ପାନକୁ ମଧ୍ୟ ସଫଳତାର ସହିତ ମୁକାବିଲା କରାଯାଇଛି । ଯାହା ଶ୍ବେତପତ୍ରରେ ପ୍ରତିଫଳିତ ହୋଇଛି ।

ତେବେ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ସରକାରଙ୍କୁ ପୂର୍ବରୁ ମଧ୍ୟ ବିରୋଧୀ ନିଶାନା କରିଛନ୍ତି। ଆଜି ଶ୍ୱେତପତ୍ର ପ୍ରକାଶ ପାଇବା ପରେ ବିରୋଧୀ ସରକାରଙ୍କ ଉପରେ ବର୍ଷିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+