For Quick Alerts
Turn On Notification  
For Daily Alerts
Oneindia App Download

ବିଧାୟକ ନବ ଦାସଙ୍କ ପରଲୋକ ନେଇ ନିର୍ବାଚନ କମିଶନଙ୍କୁ ଅବଗତ କଲେ ବିଧାନସଭା ସଚିବ

ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ ହେବା ନେଇ ଆଜି ବିଧିବଦ୍ଧ ଭାବେ ନିର୍ବାଚନ କମିଶନ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ବିଧାନସଭା ସଚିବ ଦାଶରଥୀ ଶତପଥୀ ।

|
Odisha Assembly

ଭୁବନେଶ୍ୱର: ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ ହେବା ନେଇ ଆଜି ବିଧିବଦ୍ଧ ଭାବେ ନିର୍ବାଚନ କମିଶନ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମେତ ରାଜ୍ୟସଭା, ଲୋକସଭା, ଓଡ଼ିଶାର ସମସ୍ତ ବିଧାୟକ ଓ ସାଂସଦଙ୍କୁ ଅବଗତ କରାଇଛନ୍ତି ବିଧାନସଭା ସଚିବ ଦାଶରଥୀ ଶତପଥୀ । ଏବେ ଝାରସୁଗୁଡ଼ା ବିଧାସନଭା ଆସନ ଖାଲି ହୋଇଥିବା ନେଇ ସେ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଛନ୍ତି ।ଫଳରେ ଝାରସୁଗୁଡ଼ା ଆସନରେ ଏବେ ଉପନିର୍ବାଚନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଝାରସୁଗୁଡ଼ା ଜିଲ୍ଲାର ୭-ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ଓଡ଼ିଶା ବିଧାନସଭାର ସଦସ୍ୟ ନବ କିଶୋର ଦାସଙ୍କ ଦୁଃଖଦ ମୃତ୍ୟୁ ସମ୍ପର୍କରେ ବାଚସ୍ପତି ଘୋଷଣା କରିଛନ୍ତି । ଶ୍ରୀ ଦାସ ୨୦୨୩ ଜାନୁୟାରୀ ୨୯ତାରିଖ ରବିବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁ ପାଇଁ ବିଧାନସଭାରେ ଗୋଟିଏ ଆସନ ଖାଲି ପଡ଼ିଛି ।

ଉଲ୍ଲେଖଥାଉ କି, ଗତ ରବିବାର ଦିନ ୧୨ଟା ବେଳେ ଏକ ସଭାକୁ ଯୋଗ ଦେବାକୁ ଯାଉଥିବା ସମୟରେ ଏଏସଆଇ ଗୋପାଳକୃଷ୍ଣ ଦାସ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ କରିଥିଲେ । ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ନବ ଦାସଙ୍କ ମୃତ୍ୟୁ ହୋଇଥିଲା । ଶ୍ରୀ ଦାସ ଝାରସୁଗୁଡ଼ା ଆସନରୁ ୨୦୦୯ରୁ କ୍ରମାଗତ ବିଜୟୀ ହୋଇ ଆସୁଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Assembly Secretary informed Election Commission about Death of MLA Naba Das
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X