Odisha Assembly: ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ

ଶୁକ୍ରବାରଠାରୁ ରାଜ୍ୟ ବିଧାନସଭାର ଚଳିତ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଏହା ମାର୍ଚ୍ଚ ୭ରୁ ଏପ୍ରିଲ ୫ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସହ ବ୍ୟୟ ମଞ୍ଜୁରୀ ବିଧେୟକ ପାରିତ ହେବାର କାର୍ଯ୍ୟକ୍ରମ ରହିଛି।

ଆସନ୍ତାକାଲି ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପନ ହେବ। ମାର୍ଚ୍ଚ ୧୦ରୁ ୨୮ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବ।

Odisha Assembly Second phase of budget session from today

ମାର୍ଚ୍ଚ ୩୦ରେ ରବିବାର, ୩୧ରେ ଇଦୁଲ୍‌ଫିତର୍ ପାଇଁ ବିଧାନସଭାର ଗୃହ କାର୍ଯ୍ୟ ବନ୍ଦ ରହିବାକୁ ଥିବାରୁ ୨୯ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ କରାଯିବ। ସୂଚନାଯୋଗ୍ୟ, ବଜେଟ୍‌ ଅଧିବେଶନର ପ୍ରଥମ ପର୍ଯ୍ୟା‌ୟ ଫେବ୍ରୁଆରି ୧୩ରୁ ୨୧ତାରିଖ ପର୍ଯ୍ୟନ୍ତ ଚାଲିଥିଲା।

ଅପରପକ୍ଷେ ଆସନ୍ତାକାଲିଠାରୁ ଚାଲିବାକୁ ଥିବା ବିଧାନସଭାରେ ବି‌େରାଧୀ ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ ନ ହେବା, ଧାନକିଣାରେ ଅବ୍ୟବସ୍ଥା, ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, ପୋଲାଭରମ୍ ପ୍ରକଳ୍ପକୁ ନେଇ ଶାସକ ଦଳକୁ ଘେରିବାକୁ ରଣନୀତି କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+