ତ୍ରିଶୁଳିଆରେ ନିର୍ମାଣ ହେବ ଦ୍ବିତୀୟ ବ୍ରିଜ୍; ବ୍ୟୟବରାଦ ୨୯୭ କୋଟି, ୩୬ ମାସରେ ଶେଷ ହେବ କାମ
ଟୁଇନ୍ ସିଟିରେ ଭିଡ଼ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ତ୍ରିଶୁଳିଆରେ ନିର୍ମାଣ ହେବ ଦ୍ବିତୀୟ ବ୍ରିଜ୍ । ବ୍ୟୟବରାଦ ୨୯୭ କୋଟି।ବିଧାନସଭାରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଲିଖିତ ଉତ୍ତର। ଟେଣ୍ଡର ପ୍ରକ୍ରିୟା ଜାରି ରହିଛି, ୩୬ ମାସରେ ଶେଷ ହେବ ନିର୍ମାଣ କାମ ।
ରାଜ୍ୟରେ ୯୮୭୭ ଶିଶୁ ପୁଷ୍ଟିହୀନତାର ଶିକାର । ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉତ୍ତର । ପ୍ରତି ଜିଲ୍ଲାରେ ପୁଷ୍ଟିହୀନତାର ଶିକାର ଶିଶୁ ଅଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୦୭୫ ଶିଶୁ ପୁଷ୍ଟିହୀନତାର ଶିକାର ।

ସୁଭଦ୍ରାର ୩ୟ କିସ୍ତିରୁ ବାଦ୍ ପଡ଼ିଛନ୍ତି ୩ ଲକ୍ଷ ୯୯ ହଜାର ୩୫୨ ଜଣ ହିତାଧିକାରୀ। ଆଜି ବିଧାନସଭାରେ ବିଧାୟକ ଗଣେଶ୍ବର ବେହେରାଙ୍କ ପ୍ରଶ୍ନରେ ପ୍ରଭାତୀ ପରିଡ଼ାଙ୍କ ଉତ୍ତର ଦେଇଛନ୍ତି। ୨ୟ କିସ୍ତିରୁ ୧ ଲକ୍ଷ ୮୩ ହଜାର ୭୮୫ ଜଣ ବାଦ୍ ପଡ଼ିଛନ୍ତି । ସୁଭଦ୍ରାର ୧ମ କିସ୍ତିରେ ୧ କୋଟି ୨ ଲକ୍ଷ ୮୦ ହଜାର ୯୨ ଜଣ ପାଇଛନ୍ତି । ସୁଭଦ୍ରାର ୨ୟ କିସ୍ତିରେ ୧ କୋଟି ୯୬ ହଜାର ୩୦୭ ଜଣ ପାଇଛନ୍ତି । ୩ୟ କିସ୍ତି ପାଇଛନ୍ତି ୯୬ ଲକ୍ଷ ୯୬ ହଜାର ୯୫୫ ଜଣ ।
ମୋଟ୍ ୧ କୋଟି ୯ ଲକ୍ଷ ୮୭ ହଜାର ୮୯୪ ଜଣ ଆବେଦନ କରିଥିଲେ ।
ଆଜି ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନର ତୃତୀୟ ଦିନ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିବଙ୍ଗତ ନେତା ବୀରମିତ୍ରପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଏହି ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ସିପିଆଇ (ଏମ୍) ବିଧାୟକ ଲକ୍ଷ୍ମଣ ମୁଣ୍ଡା ସମର୍ଥନ ଜଣାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶେଷରେ ବାଚସ୍ପତି ସୁରମା ପାଢ଼ୀ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଦୁଇ ମିନିଟ ନିରବ ପ୍ରାର୍ଥନା ହୋଇଥିଲା।
ମୁଖ୍ୟମନ୍ତ୍ରୀଙ୍କ ଏହି ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ସିପିଆଇ (ଏମ୍) ବିଧାୟକ ଲକ୍ଷ୍ମଣ ମୁଣ୍ଡା ସମର୍ଥନ ଜଣାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶେଷରେ ବାଚସ୍ପତି ସୁରମା ପାଢ଼ୀ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଦୁଇ ମିନିଟ ନିରବ ପ୍ରାର୍ଥନା ହୋଇଥିଲା।
ପରେ ବିରୋଧୀ ବିଜେଡି ସଦସ୍ୟମାନେ ସାର ପ୍ରସଙ୍ଗରେ ନାରାବାଜି ସହ ହୋହଲ୍ଲା କରିଥିଲେ। ଏହାପରେ ବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।












Click it and Unblock the Notifications