Odisha Assembly: ରାଜ୍ୟରେ କମିଲା ସ୍କୁଲ ଡ୍ରପ୍ ଆଉଟ୍

ରାଜ୍ୟରେ କମିଲା ସ୍କୁଲ ଡ୍ରପ୍ ଆଉଟ୍ । ବିଧାନସଭାରେ ଏନେଇ ଉତ୍ତର ରଖିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସୂଚନା ମୁତାବକ, ୨୦୨୦-୨୧ରେ ୨୧ ଲକ୍ଷ ୯ହଜାର ୭୯୬ ଛାତ୍ରଛାତ୍ରୀ ଥିବା ବେଳେ, ୨୦୨୩ -୨୦୨୪ ରେ ୨୧ ଲକ୍ଷ ୧୦ ହଜାର ୪୯୩ ଛାତ୍ର ଛାତ୍ରୀ ରହିଥିଲେ ।

Odisha Assembly

ପୂର୍ବାପେକ୍ଷା ଛାତ୍ର ଛାତ୍ରୀଙ୍କ ସଂଖ୍ୟା ବଢ଼ିଛି | ଡ୍ରପ ଆଉଟ କମାଇବାକୁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୪ ଜିଲ୍ଲାରେ 5T ସ୍କୁଲ ରୂପାନ୍ତରଣ ପାଇଁ ୩୦୮୮ କୋଟି ଟଙ୍କା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୭୮୧, ଦ୍ଵିତୀୟ ପର୍ଯ୍ୟାୟର ୨୨୬୮ ଓ ତୃତୀୟ ପର୍ଯ୍ୟାୟରେ ୨୦୬୫ ସ୍କୁଲ ପାଇଁ ଆର୍ଥକ ବ୍ୟବସ୍ଥା କରାଯାଇଥିଲା । ବର୍ତ୍ତମାନ୍ ୭୩୬ ସ୍କୁଲର କାମ ଚାଲିଛି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।

କିଟ୍ କାଣ୍ଡ ନ୍ୟାୟିକ ତଦନ୍ତ ଦାବି କଲେ ତାରାପ୍ରସାଦ ବାହିନୀପତି । ନ୍ୟାୟିକ ତଦନ୍ତ ସହ ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି କଲେ ତାରା। ମୁଲତବି ଆଲୋଚନାରେ ଭାଗ ନେଇ ତାରାଙ୍କ ମନ୍ତବ୍ୟ । କାହିଁକି ଏପର୍ଯ୍ୟନ୍ତ ଅଚ୍ୟୁତ ସାମନ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇନି । ସିସିଟିଭି ଫୁଟେଜ୍ ଯାଞ୍ଚ ହେଉ କହିଲେ ତାରା । କେତେ ଜଣ IAS, IPSଙ୍କ ପରିବାର ଲୋକେ କିଟ୍‌ରେ ଚାକିରି କରିଛନ୍ତି ଜଣାପଡ଼ିବ । କେବଳ ନେପାଳି ପିଲାମାନଙ୍କ ପାଇଁ ସାଇନ୍ ଡାଏ କାହିଁକି ହେଲା ।ଅଶାଳୀନ ବ୍ୟବହାର କରିଥିବା ମହିଳାଙ୍କୁ କାହିଁକି ଗିରଫ କରାଯାଇନି ।

ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ଆଶା: ସୂର୍ଯ୍ୟବଂଶୀ

ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ଆଶା ରହିଛି । ଗୃହରେ ବାଲିଯାତ୍ରା ପ୍ରସଙ୍ଗରେ ସଂସ୍କୃତି ମନ୍ତ୍ରୀଙ୍କ ପ୍ରତିକ୍ରିୟା। ଜାତୀୟ ମାନ୍ୟତା ଦେବା UNESCOର କାମ ବୋଲି କହିଲେ ସୂର୍ଯ୍ୟବଂଶୀ । ଏନେଇ ବିଶେଷଜ୍ଞ ଟିମ୍ UNESCO ସହ ଯୋଗାଯୋଗରେ ଅଛନ୍ତି।
ଆଗକୁ ଜାତୀୟ ମାନ୍ୟତା ମିଳିବାର ଆଶା ରଖାଯାଇଛି। ତାରକସିକୁ ଜାତୀୟ ମାନ୍ୟତା ପାଇଁ ବାଙ୍କୀ ବିଧାୟକଙ୍କ ଦାବି।

ଚଳିତ ଥର କଟକ ବାଲିଯାତ୍ରାରେ ମୋଟ ୨୪୩୮ ଷ୍ଟଲ୍ ଖୋଲିଥିଲା ।
ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଉତ୍ତର। ନିଲାମ ଆଧାରରେ ୧୧୮୮ ଓ ସ୍ଥିରୀକୃତ ଦରରେ ୧୨୫୦ ଷ୍ଟଲ୍ ହୋଇଥିଲା। ମୋଟ ୬ କୋଟି ୩୮ ଲକ୍ଷ ୨୬ ହଜାର ୪୪୬ ଟଙ୍କା ଆଦାୟ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+