ବିଧାନସଭାରେ ସ୍ବାଭାବିକ ଚାଲିଛି ପ୍ରଶ୍ନକାଳ; ଗୃହରେ ଉତ୍ତର ରଖୁଛନ୍ତି ବିଭିନ୍ନ ବିଭାଗର ମନ୍ତ୍ରୀ

ବିଧାନସଭାରେ ସ୍ବାଭାବିକ ଚାଲିଛି ପ୍ରଶ୍ନକାଳ । ଗୃହରେ ଉତ୍ତର ରଖୁଛନ୍ତି ବିଭିନ୍ନ ବିଭାଗର ମନ୍ତ୍ରୀ। ବହୁ ଦିନ ପରେ ଆଜି ସ୍ଵାଭାବିକ ଚାଲିଛି ଗୃହ । କଂଗ୍ରେସ ବିଧାୟକ ବିଧାନସଭାରେ ଯେପରି ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଥିଲେ , ସେମାନଙ୍କୁ ନିଲମ୍ବନ ପରେ ଗୃହ ସୁରୁଖୁରରେ ଚାଲିଛି ।

ଗତକାଲି ଲୋୟର ପିଏମ୍‌ଜି ପାଲଟିଥିଲା ରଣକ୍ଷେତ୍ର । ପୋଲିସ ଉପରକୁ ଟେକା ପଥର ଫିଙ୍ଗିଲେ କଂଗ୍ରେସ କର୍ମୀ। ଅଣ୍ଡା, ଟମାଟୋ, ପାଣି ବୋତଲ ମଧ୍ୟ ଫିଙ୍ଗା ଫୋପଡ଼ା। ଚେୟାର ଫିଙ୍ଗିଲେ ଉତ୍ତ୍ୟକ୍ତ କଂଗ୍ରେସ କର୍ମୀ। ଗୋଡ଼ାଇ ଗୋଡ଼ାଇ ପିଟିଲା ପୋଲିସ ।

odisha assembly Question Hour

କଂଗ୍ରେସ ଆନ୍ଦୋଳନ ଉଗ୍ର ରୂପ ନେଇଥିବା ଦେଖିବାକୁ ମିଳିଥିଲା । ଢେଲା ପଥର ସହ ଟମାଟୋ ପାଣି ବୋତଲ ଓ ଚେୟାର ସବୁ ପୋଲିସ ଉପରକୁ ଫିଙ୍ଗି ଚାଲିଲେ କର୍ମୀ । ପରିସ୍ଥିତି ଏପରି ଉପୁଜିଲା କି ପୁରା ଗାନ୍ଧୀ ମାର୍ଗ ରଣକ୍ଷେତ୍ର ପାଲଟିଲା । କର୍ମୀଙ୍କ ସମେତ ବହୁ ପୋଲିସ ଅଧିକାରୀ ଆଘାତ ହେବ ସହ ରକ୍ତାକ୍ତ ହେଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପାଣି ଓ ଟିୟର ଗ୍ୟାସ ସ୍ପ୍ରେ କରିଥିଲା । ତଥାପି ଥମିନଥିଲା କଂଗ୍ରେସ ପାଣି ଓ ଟିୟର ଗ୍ୟାସ ଭିତରରେ ବି ବିକ୍ଷୋଭ ଜାରି ରହିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+