ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇବା ପାଇଁ ବିଧାନସଭାରେ ସଂକଳ୍ପ ପାରିତ

ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ ପାଇଁ ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇବା ପାଇଁ ବିଧାନସଭାରେ ମଙ୍ଗଳବାର ସର୍ବସମ୍ମତି କ୍ରମେ ଏକ ସଂକଳ୍ପ ପାରିତ ହୋଇଛି ।

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ ପାଇଁ ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇବା ପାଇଁ ବିଧାନସଭାରେ ମଙ୍ଗଳବାର ସର୍ବସମ୍ମତି କ୍ରମେ ଏକ ସଂକଳ୍ପ ପାରିତ ହୋଇଛି ।

Indian hockey team

ଏହି ସଂକଳ୍ପକୁ ପାରିତ କରି ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, "ଟୋକିଓରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତିଛି । ଭାରତୀୟ ଦଳ ସ୍ଥିର ଓ ଦକ୍ଷତା ପ୍ରଦର୍ଶନ ବିଶ୍ବ ଦରବାରରେ ଦେଖାଇଛି । 41 ବର୍ଷ ପରେ, ଦଳ ଅଲିମ୍ପିକ୍ସରେ ବିଶ୍ୱର ଅଗ୍ରଣୀ ହକି ଦଳମାନଙ୍କୁ ମାତ୍ ଦେଇ ପଦକ ଜିତିଛି । "

"ଭାରତୀୟ ମହିଳା ଦଳର ପ୍ରଦର୍ଶନ ସମସ୍ତ ଆଶାଠାରୁ ଅଧିକ ଥିଲା। ଯଦିଓ ସେମାନେ ପଦକ ଜିତିପାରିନଥିଲେ ମଧ୍ୟ ଚତୁର୍ଥ ସ୍ଥାନ ହାସଲ କରି ସେମାନେ ଦେଶର ହୃଦୟ ଜିତିଥିଲେ। " ବୋଲି କ୍ରୀଡାମନ୍ତ୍ରୀ କହିଛନ୍ତି ।

ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ସଫଳତା ପାଇଁ ମୁଁ ଭାରତୀୟ ମହିଳା ଏବଂ ପୁରୁଷ ହକି ଦଳକୁ ଅଭିନନ୍ଦନ ଜଣାଉଛି ଏବଂ ଆଗାମୀ ଦିନରେ ସେମାନେ ଅଧିକ ଦେଶ ପାଇଁ ଅଧିକ ଗୌରବ ଓ ସମ୍ମାନ ଆଣନ୍ତୁ ବୋଲି ଜଣାଉଛି ବୋଲି ମନ୍ତ୍ରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ହକି ଦଳର ସଫଳତା ପଛରେ ଓଡିଶାକୁ ଶକ୍ତି ଭାବରେ ମାନ୍ୟତା ଦିଆଯିବା ଗର୍ବର ବିଷୟ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+