ବିଧାନସଭା ଅଧିବେଶନର ଆଜି ଚତୁର୍ଥ ଦିନ; ଆଦିବାସୀ ବିଲକୁ ନେଇ ହୋଇପାରେ ହଙ୍ଗାମା

ବିଧାନସଭାର ଶୀତକାଳୀନ ଅଧିବେଶନର ଆଜି ଚତୁର୍ଥ ଦିନ । ଲଗାତାର ତିନିଦିନ ଗୃହ ଠିକ୍ ଭାବରେ ଚାଲି ପାରି ନଥିବା ବେଳେ ଆଜି ଗୃହରେ ଆଲୋଚନା ହୋଇପାରେ । ଗୃହରେ ଆଜି ଶକ୍ତି, ଶିଳ୍ପ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ, ବୟନ ଶିଳ୍ପ, ହସ୍ତତନ୍ତ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନ କାଳ ରହିଛି ।

ଗତକାଲି ପ୍ରଶ୍ନକାଳ ଆରମ୍ଭରୁ ଗୃହର ମଧ୍ୟ ଭାଗକୁ ଆସି ବିଜେପି ଓ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଥିଲେ । ଆଦିବାସୀ ଜମି ନେଇ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପୂର୍ଣ ପ୍ରତ୍ୟାହାର ଏବଂ ଗୃହରେ ଆଲୋଚନା ଦାବି କରି ବିରୋଧୀ ବିଜେପି ଓ କଂଗ୍ରେସ ହଟ୍ଟଗୋଳ କରିଥିଲେ ।

ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ଏବଂ ଜୋରଦାର ହଙ୍ଗାମା କରିବା ସହ ବାଚସ୍ପତିଙ୍କ ପୋଡିଏମ ନିକଟକୁ ଯାଇ ବିରୋଧୀ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ । ଯାହା ଫଳରେ ପ୍ରଶ୍ନକାଳ ଚାଲିପାରି ନଥିଲା ।

Odisha assembly

ଗତକାଲି ବିଧାନସଭାରୁ ବାହାରି ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଛନ୍ତି ବିଜେପି ସଦସ୍ୟ । ଆଦିବାସୀ ଜମି ବିକ୍ରି ସଂକ୍ରାନ୍ତୀୟ କ୍ୟାବିନେଟ ନିଷ୍ପତିକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ବିଜେପି ବିଧାୟକ ଦଳ ।

ଆଦିବାସୀଙ୍କ ସ୍ଥିତି ନେଇ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ବୟାନ ପ୍ରସଙ୍ଗକୁ ଆହୁରି ଘନୀଭୂତ କରିଛି । ଓଡ଼ିଶା ଗସ୍ତରେ ଥିବା ବିଶ୍ୱଭୂଷଣ କହିଛନ୍ତି ରାଜ୍ୟରେ ଆଦିବାସୀ ଅବହେଳିତ ଓ ବଞ୍ଚିତ ।

ଗୁରୁବାର ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ଓଡ଼ିଶା ଭୂସଂସ୍କାର ଦ୍ଵିତୀୟ ସଂଶୋଧନ ବିଲ୍ ୨୦୨୩ ପାରିତ ହୋଇଛି। ବିଲ୍ ପାରିତ ହେବା ପରେ ଏଣିକି ସିକିମ ସତ୍ତା ଥିବା ଉପଚାଷୀ ଓ ଉପରୟତମାନଙ୍କୁ ମିଳିପାରିବ ଜମିର ମାଲିକାନା ।

୩ ବର୍ଷରେ ରାଜ୍ୟର ୧୫୩ ଶ୍ରମିକଙ୍କ ରାଜ୍ୟ ବାହାରେ ମୃତ୍ୟୁ ଘଟିଛି । ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ଶ୍ରମ ମନ୍ତ୍ରୀ ଉତ୍ତର ରଖିଛନ୍ତି । ବିଭିନ୍ନ ରାଜ୍ୟରୁ ୧୪୩ ଓ ବିଭିନ୍ନ ଦେଶରୁ ୧୦ ମୃତଦେହ ଫେରିଛି । କଳାହାଣ୍ଡିରୁ ସର୍ବାଧିକ ୨୯ ଜଣ ଶ୍ରମିକଙ୍କ ମୃତଦେହ ଫେରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+