ବିଧାନସଭାରେ ଉଠିଲା ଅପପୁଷ୍ଟି ପ୍ରସଙ୍ଗ, ଯବାବ ରଖିଲେ ବିଜେଡି ନେତା ଅମର ଶତପଥୀ

ଭୁବନେଶ୍ୱର:ବିଧାନସଭାରେ ଉଠିଲା ଅପପୁଷ୍ଟି ପ୍ରସଙ୍ଗ । ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।ଓଡ଼ିଶାରେ ୧୯ ପ୍ରତିଶତ ଛୁଆ କମ ଓଜନର ଜନ୍ମ ହେଉଛନ୍ତି । ୩୧ ପ୍ରତିଶତ ପୁଷ୍ଟିହୀନତା, ୬୪ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର ହେଉଛନ୍ତି ବୋଲି କହିବା ସହ ଏନେଇ ଗୃହରେ ମନ୍ତ୍ରୀଙ୍କ ବିବୃତି ଦାବି କଲେ ଜୟନାରାୟଣ ମିଶ୍ର । ଯାହାର ରଖିଛନ୍ତି ବିଜେଡି ନେତା ଅମର ଶତପଥୀ ।
ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ଆହୁରି କହିଛନ୍ତି ଯେ, ନଗଡ଼ା ଠାରୁ କଳିଙ୍ଗନଗର ଚିତ୍ର ଆହୁରି କଦର୍ଯ୍ୟ । ସେହିପରି ଗୃହରେ ବିଜେପିର କଡା ସମାଲୋଚନାର ଯବାବ ରଖିଛି ଶାସକ ଦଳ । ବିଜେଡି ନେତା ଅମର ଶତପଥୀ କହିଛନ୍ତି, ନଗଡା ଯାଇ ସ୍ଥିତି ଦେଖି ଆସନ୍ତୁ ବିରୋଧୀ ଦଳ ନେତା । କ'ଣ ପାଇଁ ରାଜ୍ୟକୁ ବଦନାମ କରୁଛନ୍ତି । ନଗଡା ସହ ସୁକିନ୍ଦାକୁ ବଦନାମ କରିବା ପାଇଁ କିଏ ଅଧିକାର ଦେଲା । ସରକାର ସେଠିକାର ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେଉଛନ୍ତି । ପୁଷ୍ଟିକର ଖାଦ୍ୟ ଦେବା ସହ ଏକ ନୂଆ ରୂପ ଦେଇଛନ୍ତି ଆମ ସରକାର । ଥରେ ବୁଲି ଦେଖି ଆସିଲେ ପୂର୍ବ ନଗଡା ଏବଂ ବର୍ତ୍ତମାନର ନଗଡା ମଧ୍ୟରେ ଥିବା ପାର୍ଥକ୍ୟ କ'ଣ ବୁଝିପାରିବେ ବିରୋଧି ଦଳ ନେତା ।












Click it and Unblock the Notifications