ରଥଯାତ୍ରାରେ ଖୋଲିବ ରତ୍ନଭଣ୍ଡାର ! ବିଧାନସଭାରେ ଉତ୍ତର ରଖିଲେ ଆଇନ୍ ମନ୍ତ୍ରୀ

ବିଧାନସଭାରେ ପୁଣି ଉଠିଛି ରତ୍ନଭଣ୍ଡାର ପ୍ରସଙ୍ଗ । ଏ ନେଇ ଆଜି ବିଧାନସଭାରେ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦାସରଥୀ ଗମାଙ୍ଗ । କଂଗ୍ରେସ୍ ବିଧାୟକ ଦାସରଥୀ ଗମାଙ୍ଗ କେବେ ସୁଦ୍ଧା ରତ୍ନ ଭଣ୍ଡାର ଖୋଲାହେବ? କେବେ ଗଚ୍ଛିତ ଥିବା ରତ୍ନ ଅଳଙ୍କାରର ହିସାବ କରାଯାଇ ରତ୍ନଭଣ୍ଡାର ମରାମତି ହେବ ବୋଲି ଆଜି ପ୍ରଶ୍ନ କରିଥିଲେ ।

ତେବେ ଏ ନେଇ ଆଜି ଉତ୍ତର ରଖିଥିଲେ ଆଇନ୍ ମନ୍ତ୍ରୀ । ଚଳିତ ବର୍ଷ ରଥଯାତ୍ରା ସମୟରେ ଭିତର ଭଣ୍ଡାର ଖୋଲାଯାଇ ମରାମତି କାର୍ଯ୍ୟ କରାଯାଇପାରିବ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।

ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ, ଉଭୟ ବାହାର ଏବଂ ଭିତର ରତ୍ନଭଣ୍ଡାର ଶ୍ରୀମନ୍ଦିର ଜଗମୋହନ ସହିତ ସଂଲଗ୍ନ ଥିବାରୁ ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ ଟିମ ରତ୍ନଭଣ୍ଡାରକୁ ପ୍ରବେଶ କରି ମରାମତି କଲେ ଶ୍ରୀଜୀଉଙ୍କର ନୀତି ଓ ସାଧାରଣ ଦର୍ଶନ ବାଧାପ୍ରାପ୍ତ ହେବ । ଏ କଥା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମଧ୍ୟ ଆଲୋଚନା ହେଇଥିଲା ।

ratna Bhanda

ସେ ଆହୁରି କହିଥିଲେ ଯେ, ଏହି ଆଲୋଚନା ପରେ ରତ୍ନଭଣ୍ଡାର ବାହାର ପାଶ୍ୱର୍ରୁ ଲେଜର ସ୍କାନିଂ କରାଯାଇ ଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିବା ପାଇଁ କମିଟି ମତ ଦେଇଥିଲେ । ଆଉ ଏହାର ଲେଜର ସ୍କାନିଂ ମଧ୍ୟ ଶେଷ ହେଇଛି । ଅର୍ଥାତ ଚଳିତ ବର୍ଷ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଖୋଲାଯିବା ସହିତ ଏହାର ମରାମତି କାମ ହେଇପାରେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+