ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ହୋହଲ୍ଲା; ୧୨ଟା ୯ ଯାଏଁ ଗୃହ ମୁଲତବି

ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ହୋହଲ୍ଲା। ୧୨ଟା ୯ ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ମୁଲତବି ଘୋଷଣା । ଗୃହରେ ଘଣ୍ଟ ବାଡ଼େଇ କଂଗ୍ରେସ ସଦସ୍ୟଙ୍କ ପ୍ରତିବାଦ ।

odisha assembly news

ହଟ୍ଟଗୋଳ ଭିତରେ ଚାଲିପାରୁନି ବିଧାନସଭା। ଲଗାତାର ବାଧାପ୍ରାପ୍ତ ହେଉଛି ଗୃହ କାର୍ଯ୍ୟ । ଅଧିବେଶନର ପ୍ରଥମାର୍ଦ୍ଧ ହଟ୍ଟଗୋଳରେ ବିତୁଛି।

ଦିନକୁ ଦିନ ନୂଆ ତରିକାରେ ହଙ୍ଗାମା କରୁଛନ୍ତି ବିରୋଧୀ । ଏ ପ୍ରସଙ୍ଗରେ ବାଚସ୍ପତିଙ୍କ ଭୂମିକାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇ ଥିବା ବେଳେ ଶାସକ ଦଳ କହିଛି ରାଜନୈତିକ ପତିଆରା ପାଇଁ ବିରୋଧୀ ଜାଣିଶୁଣି ଗୃହକୁ ଅଚଳ କରୁଛନ୍ତି। ଏଥିରେ ବାଚସ୍ପତିଙ୍କର କୌଣସି ପକ୍ଷପାତିତା ନୀତି ନାହିଁ ।

ସୁରୁଖୁରୁରେ ଚାଲିପାରୁନି ଗୃହ । କେତେବେଳେ ଗୋଟିଏ ଓଳି ଚାଲୁଛି ତ କେତେବେଳେ ଗୋଟିଏ ଓଳି ବନ୍ଦ। ବଜେଟ୍ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବା ଦିନଠାରୁ ଏଭଳି ଦୃଶ୍ୟ ଲାଗି ରହିଛି। କେବେ ପ୍ରଶ୍ନ କାଳରେ କଂଗ୍ରେସ ଓ ବିଜେଡି ବିଧାୟକମାନେ ମିଶି ହଟ୍ଟଗୋଳ କରୁଛନ୍ତି ତ କେବେ ଉଭୟ ପ୍ରଶ୍ନକାଳ ଆଉ ଶୂନ୍ୟକାଳରେ କେବଳ କଂଗ୍ରେସ କରୁଛି ହଙ୍ଗାମା।

ବିଜେଡି ଭିନ୍ନ ଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ କରୁଥିବା ବେଳେ କଂଗ୍ରେସ ଗୋଟିଏ ପ୍ରସଙ୍ଗ ନାରୀ ନିର୍ଯାତନା ନେଇ ଗୃହ କମିଟି ଗଠନ ଦାବିରେ ଅଡ଼ି ବସିଛି। କିନ୍ତୁ ଓଲଟା ଅଚଳାବସ୍ଥା ପାଇଁ ବାଚସ୍ପତିଙ୍କୁ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଗୃହକୁ ବିରୋଧୀ ନୁହେଁ ସରକାରୀ ଦଳ ଅଚଳ କରୁଛନ୍ତି। ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ଫେଲ ମାରିଛି। ବାଚସ୍ପତି ପକ୍ଷପାତିତା କରୁଥିବା କଂଗ୍ରେସ ବିଧାୟକ ଦଳ ନେତା ଅଭିଯୋଗ କରିଛନ୍ତି।

ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଗୃହ ସୁରୁଖୁରୁରେ ଚଲାଇବା ଦାୟିତ୍ୱ ହେଉଛି ସରକାରୀ ଦଳର। ବିରୋଧୀ ବିଭିନ୍ନ ପ୍ରସଙ୍ଗ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ, କିନ୍ତୁ ଆଲୋଚନା ଦାୟିତ୍ବ ସରକାରୀ ଦଳର।

ଚଳିତ ଅଧିବେଶନରେ କେବଳ ଗୋଟିଏ ମୁଲତବୀ ପ୍ରସ୍ତାବ ଆଲୋଚନାରେ କଂଗ୍ରେସ ଭାଗ ନେଇ ଥିବା ବେଳେ କୌଣସି ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ କଂଗ୍ରେସ ବିଧାୟକ ଭାଗ ନେଇନାହାନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+