ରାଜ୍ୟରେ ଗତ ୩ ବର୍ଷରେ ୨୩ ହଜାର ୧୩୦ ଜଣ ନବଜାତଙ୍କ ମୃତ୍ୟୁ
ରାଜ୍ୟରେ ଗତ ୩ ବର୍ଷରେ ୨୩ ହଜାର ୧୩୦ ଜଣ ନବଜାତଙ୍କ ମୃତ୍ୟୁ। ଗୃହରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଚିନ୍ତାଜନକ ତଥ୍ୟ। ୩୪ ହଜାର ୨୮୪ ଜଣ ଶିଶୁଙ୍କ ମା' ଗର୍ଭରେ ମୃତ୍ୟୁ। ୨ ହଜାର ୬୪ ଜଣ ଗର୍ଭବତୀଙ୍କ ମୃତ୍ୟୁ ହୋଇଛି ବୋଲି କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ।
ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ, ହୋହଲ୍ଲା। ମାତ୍ର ୭ ମିନିଟ ଚାଲି ପାରିଲା ଗୃହ। ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ ବିଜେଡି ବିଧାୟକ।ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ପୋଡିୟମ ତଳେ ବିଜେଡି ବିଧାୟକ ମାନେ ନାରାବାଜି କରିଥିଲେ । ସେପଟେ ଗୃହ ଅଚଳାବସ୍ଥା ନେଇ ନିଜ ସିଟରେ ଛିଡା ହୋଇ କଂଗ୍ରେସ ବିଧାୟକ ପ୍ରତିବାଦ କରିଥିଲେ ।
ଅନାସ୍ଥା ନ ଆଣିବାକୁ ଫନ୍ଦି କରିବା ଅଭିଯୋଗରେ ବିଜେପି-ବିଜେଡି ଭାଇ ଭାଇ ପୋଷ୍ଟର ଦେଖାଇ କଂଗ୍ରେସ ବିଧାୟକ ମାନେ ପ୍ରତିବାଦ କରିଥିଲେ । ଖାଲି ସେତିକି ନୁହେଁ ପ୍ଲାକାର୍ଡ, ପୋଷ୍ଟର ଧରି ବିରୋଧୀ ସଦସ୍ୟ ହଟ୍ଟଗୋଳ କରିବା ସହ ହୋହଲ୍ଲା କରିଥିଲେ। ଗୃହରେ ନାରାବାଜୀ ଜାରି ରହିବାରୁ ଗୃହ କାର୍ଯ୍ୟ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।













Click it and Unblock the Notifications