ମହାପୁରୁଷ ମାନଙ୍କୁ ନେଇ ଗୃହରେ ଉଦବେଗ ପ୍ରକାଶ କଲେ ବିଜେଡି ବିଧାୟକ ଶଶି ଭୂଷଣ
Odisha Assembly Monsoon Session Second Phase:ମହାପୁରୁଷ ମାନଙ୍କୁ ନେଇ ଗୃହରେ ଉଦବେଗ ପ୍ରକାଶ କଲେ ବିଜେଡି ବିଧାୟକ ଶଶି ଭୂଷଣ
ଭୁବନେଶ୍ୱର : ମହାପୁରୁଷ ମାନଙ୍କୁ ନେଇ ଗୃହରେ ଉଦବେଗ ପ୍ରକାଶ କଲେ ବିଜେଡି ବିଧାୟକ ଶଶି ଭୂଷଣ ବେହେରା । ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଓଡ଼ିଶା ଯାତ୍ରା ସମୟରେ ରାଜ୍ୟରେ ଛାଡି ଯାଇଥିବା ଛବି ତଥା ଯେଉଁ ଯେଉଁ ଅଞ୍ଚଳ ଯାଇଛନ୍ତି ଯଥା ପୁରୀ ଜିଲ୍ଲା ଡେଲାଙ୍ଗ ବେରବୋଇ , ବାଲିଅନ୍ତା ନିକୁଞ୍ଜ ବିହାରୀ ,କଟକ କାଠ ଯୋଡ଼ି ରେ ସଭା,ଭଦ୍ରକ,କେନ୍ଦ୍ରାପଡ଼ା ଓ କାଳୀମାଟି ଯାଇ ତାଙ୍କ ଛବି ଛାଡି ଯାଇଛନ୍ତି । ସେଗୁଡିକ ରେ ଗାନ୍ଧୀ ସର୍କିଟ ଭାବେ କେବେ ପ୍ରତିଷ୍ଠା କରାଯିବ କିମ୍ବା କଣ କରଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିଭଳି ଓଡ଼ିଶାର ପଞ୍ଚସଖା ପଞ୍ଚଦଶ ଶତାବ୍ଦୀର ସାମାଜିକ ସଂସ୍କାର ବହୁତ୍ ଅବଦାନ ରହିଛି । ଅଚ୍ୟୁତ , ଅନନ୍ତ, ଯଶବ୍ୱନ୍ତ୍,ବଳରାମ ଓ ଜଗନ୍ନାଥ ଦାସ । ଏମାନେ ଯେଉଁ ଭଳି ରାଜ୍ୟସାରା ସାମାଜିକ ସଂସ୍କାରର କାର୍ଯ୍ୟକରିଛନ୍ତି । ଆଜିର ଓଡ଼ିଶା କୁ ଯଦି ଆମେ ଦେଖିବା ସେହି ମାନଙ୍କ ର ସଂସ୍କାର ପାଇଁ ଓଡ଼ିଶା ଶାନ୍ତି ପ୍ରିୟ ରାଜ୍ୟ ହୋଇଛି । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଭେଦ ଭାବ ନାହିଁ।ଯେମିତି ଅନ୍ୟ ରାଜ୍ୟରେ ଅଛି । ଏହି ଗୁରୁ ମାନଙ୍କୁ ପାଇଁ ହୋଇପାରିଛି। ଏମାନଙ୍କୁ ନେଇ ଏକ ପଞ୍ଚସଖା ସର୍କିଟ ହେବ ଦରକାର।ପର୍ଯ୍ୟଟନ ଦୃଷ୍ଟି ରୁ ଏବଂ ଆନ୍ତରିକତା ଭାବମୃତି ରାଜ୍ୟର ଜଣାପଡ଼ିବ । ଏନେଇ ପର୍ଯ୍ୟଟନ ବିଭାଗ କଣ କରିଛି ଆଉ କଣ କରିବ ?
ଉତ୍ତରରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ଵନି ପାତ୍ର କହିଛନ୍ତି,ମହାପୁରୁଷ ମାନଙ୍କୁ ନେଇ ଗୃହରେ ଉଠିଥିବା ପ୍ରସଙ୍ଗ ତଥା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସର୍କିଟ ଓ ପଞ୍ଚସଖା ଙ୍କୁ ନେଇ ବିଭାଗ ପକ୍ଷରୁ ଯାହା ହେବ କରାଯିବ । ଏହା ସହ ସମସ୍ତ ସଦସ୍ୟଙ୍କ ମତ ନେଇ କାର୍ଯ୍ୟକୁ ଆଗେଇ ନିଆଁଯିବ।












Click it and Unblock the Notifications