Odisha Assembly: ଓଡ଼ିଶା ଆସିଛନ୍ତି ୪ ଲକ୍ଷରୁ ଅଧିକ ବିଦେଶାଗତ ପକ୍ଷୀ, ଜାନୁଆରୀରୁ ଗଣନା ଆରମ୍ଭ
ବିଧାନସଭାର ଜାରି ରହିଛି ଶୀତ ଅଧିବେଶନ । ଶୀତ ଅଧିବେଶନ ଜାରି ରହିଥିବାବେଳେ ମିଶନ ଶକ୍ତି ମହିଳାଙ୍କ ବିକ୍ଷୋଭକୁ ନେଇ ଗୃହରେ ହଟ୍ଟଗୋଳ ଦେଖା ଦେଇଛି । ଏସବୁ ଭିତରେ ପକ୍ଷୀ ଗଣନାକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଉତ୍ତର ରଖିଛନ୍ତି । ଆସନ୍ତା ମାସରେ ପକ୍ଷୀ ଗଣନା ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଗୃହରେ ଉତ୍ତର ରଖିଛନ୍ତି, ନଭେମ୍ବର ସୁଦ୍ଧା ଓଡ଼ିଶା ଆସିଛନ୍ତି ୪ ଲକ୍ଷ ୯୪ ହଜାର ୩୬୬ ବିଦେଶାଗତ ପକ୍ଷୀ । କେବଳ ନଳବଣକୁ ଆସିଛନ୍ତି ୨ ଲକ୍ଷ ୧୭ ହଜାର ୧୭୦ ବିଦେଶାଗତ ପକ୍ଷୀ । ବିଦେଶାଗତ ପକ୍ଷୀଙ୍କ ପାଇଁ ୨୧ଟି ଅସ୍ଥାୟୀ ଶିବିର ସହ ୨ ଭ୍ରାମ୍ୟମାଣ ଦଳ ଗଠନ କରାଯାଇଛି । ଆସନ୍ତା ମାସରେ ପକ୍ଷୀ ଗଣନା ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

୧୦ ବର୍ଷରେ ରାଜ୍ୟରେ ୮୫୭ ହାତୀଙ୍କ ମୃତ୍ୟୁ
ଗତ ୧୦ ବର୍ଷରେ ରାଜ୍ୟରେ ୮୫୭ ହାତୀଙ୍କ ମୃତ୍ୟୁ ହୋଇଛି । ସେଥି ମଧ୍ୟରୁ ୩୦୫ ହାତୀ ରୋଗର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ବେଳେ ୧୪୯ ହାତୀ ବିଦ୍ୟୁତ ଆଘାତ, ୨୨୯ ହାତୀ ପ୍ରାକୃତିକ କାରଣରୁ ମୃତ୍ୟୁବରଣ କରିଛନ୍ତି । ୯୦ଟି ହାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ଆଜି ଗୃହରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୦୨୪ ନଭେମ୍ବର ସୁଦ୍ଧା ରାଜ୍ୟରେ ହାତୀ ସଂଖ୍ୟା ୨୧୦୩ ରହିଛନ୍ତି । ୨୦୧୫ରେ ୧୯୫୪ ହାତୀ ଥିବାବେଳେ ୨୦୧୭ ରେ ସଂଖ୍ୟା ବଢି ୧୯୭୬ରେ ପହଞ୍ଚିଥିଲା । ୨୦୨୪ ମେ ମାସରେ ଅନୁଷ୍ଠିତ ହାତୀ ଗଣନା ରିପୋର୍ଟରେ ଏହି ସଂଖ୍ୟା ୨୦୯୮ରେ ପହଞ୍ଚିଛି ବୋଲି ମନ୍ତ୍ରୀ କହିଛନ୍ତି ।












Click it and Unblock the Notifications