ଓଡ଼ିଶାକୁ କେବେ ମିଳିବ ଦ୍ୱିତୀୟ ଏମସ ? ଗୃହରେ ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଆସନ୍ତାବର୍ଷଠୁ କାର୍ଯ୍ୟକ୍ଷମ ହେବ ସୁନ୍ଦରଗଡ ମେଡ଼ିକାଲ କଲେଜ । ଏ ନେଇ ଗୃହରେ ବିବୃତି ରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ୨୦୨୨-୨୩ ରୁ ଆଡ଼ମିସନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି ।
ଭୁବନେଶ୍ୱର: ଆସନ୍ତାବର୍ଷଠୁ କାର୍ଯ୍ୟକ୍ଷମ ହେବ ସୁନ୍ଦରଗଡ ମେଡ଼ିକାଲ କଲେଜ । ଏ ନେଇ ଗୃହରେ ବିବୃତି ରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ୨୦୨୨-୨୩ ରୁ ଆଡ଼ମିସନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି ।

୧୦୦ ଏମବିବିଏସ୍ ସିଟ ୫୦୦ ଶଯ୍ୟା ବିଶିଷ୍ଟ ମେଡ଼ିକାଲ କଲେ ଆରମ୍ଭ ପାଇଁ ପ୍ରସ୍ତୁତି କରାଯାଉଛି । ୨୭୧ ଜଣଙ୍କୁ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯିବା ନେଇ ବ୍ୟବସ୍ଥା କରାଯାଉ ଥିବା କହିଛନ୍ତି ମନ୍ତ୍ରୀ । NTPCର ସହଭାଗିତାରେ ମେଡିକାଲ କଲେଜ ହେଉଛି । ସେପ୍ଟେମ୍ବର ୨୬ ତାରିଖ ସୁଦ୍ଧା ସରକାର ମେଡ଼ିକାଲ ସିଟ ପାଇଁ ଆବେଦନ କରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।
ଏହା ଛଡା ସୁନ୍ଦରଗଡରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ ମନ୍ତ୍ରୀ କହିଛନ୍ତି ୫ ବର୍ଷ ବିତିଯାଇଥିଲେ ବି ଏ ନେଇ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି । ରାଜ୍ୟ ସରକାର ୨ଶହ ଏକର ଜମି ଏବଂ ଡିଏମ୍ଏଫ୍ ଫଣ୍ଡରୁ ଟଙ୍କା ଓ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କେନ୍ଦ୍ର ସରକାର ଦ୍ବିତୀୟ ଏମ୍ସ କରିବେ କି ନାହିଁ ସ୍ପଷ୍ଟ ସୂଚନା ଦେଉ ନାହାଁନ୍ତି ବୋଲି ଗୃହରେ କହିଛନ୍ତି ମନ୍ତ୍ରୀ ନବ ଦାସ ।












Click it and Unblock the Notifications