ବିଧାନସଭା: ମାହାଙ୍ଗା ଓ ମରୁଡି ପ୍ରସଙ୍ଗକୁ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି
ମାହାଙ୍ଗା ଡବଲ ମର୍ଡର ଓ ରାଜ୍ୟରେ ସମ୍ଭାବ୍ୟ ମରୁଡିକୁ ନେଇ ବିଧାନସଭାରେ ହଙ୍ଗାମା । ନାରାବାଜି ଓହଙ୍ଗାମା ଯୋଗୁଁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ।
ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ବି ହଟ୍ଟଗୋଳ । ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ହୋ ହଲ୍ଲା ଆରମ୍ଭ କରି ଦେଇଛନ୍ତି । ମାହାଙ୍ଗା ଡବଲ ମର୍ଡର ଓ ରାଜ୍ୟରେ ସମ୍ଭାବ୍ୟ ମରୁଡିକୁ ନେଇ ବିଧାନସଭାରେ ହଙ୍ଗାମା । ନାରାବାଜି ଓହଙ୍ଗାମା ଯୋଗୁଁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ।

ଆଜି ଅଧିବେଶନ ଆରମ୍ଭରୁ ମାହାଙ୍ଗା ଡବଲ ମର୍ଡର ଓ ଚାଷୀ ପ୍ରସଙ୍ଗରେ ପୋଡିୟମରେ ଚଢି ହୋ ହଲ୍ଲା କରିଥିଲେ କଂଗ୍ରେସ ଓ ବିଜେପି ବିଧାୟକ । ଫଳରେ ବାଚସ୍ପତି ପ୍ରଥମେ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ । ଏହାପରେ ପୁଣି ଗୃହ ଆରମ୍ଭ ହୋଇଥିଲା । ଶୂନ୍ୟକାଳ ଭଳି ପ୍ରଶ୍ନକାଳକୁ ଚଲାଇ ଦେଇନଥିଲେ ବିରୋଧୀ । ଅଚଳାବସ୍ଥା ଜାରି ରହିବାରୁ ବାଚସ୍ପତି ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଛନ୍ତି ।
ଏହାପୂର୍ବରୁ ଗୃହକାର୍ଯ୍ୟ କିଭଳି ସୁରୁଖୁରରେ ଚାଲିପାରିବ ସେଥିପାଇଁ ସର୍ବଦଳୀୟ ବୈଠକ ବାଚସ୍ପତି ଡାକିଥିଲେ । ଏପରିକି ମରୁଡି ପ୍ରସଙ୍ଗରେ ସରକାର ଆଲୋଚନା କରି ବିହିତ ପଦକ୍ଷେପ ନେବେ ବୋଲି ବାଚସ୍ପତି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସର୍ବଦଳୀୟ ବୈଠକ ପରେ ମଧ୍ୟ ସମାନ ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ କରିଥିଲେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ । ଯେଉଁଥିପାଇଁ ଗୃହକୁ ୪ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର, ଘରୋଇ LPG ଗ୍ୟାସ୍ ସିଲିଣ୍ଡର ଦର ୬୦ ଟଙ୍କା ବଢ଼ିଲା












Click it and Unblock the Notifications