ବିଧାନସଭା ମୌସୁମୀ ଅଧିବେଶନ: ଏଥର ଦିନକୁ ୬ ଘଣ୍ଟା ଚାଲିବ ଗୃହ କାର୍ଯ୍ୟ

ଆସନ୍ତା ଜୁଲାଇ ୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହା ଅଗଷ୍ଟ ୪ ତାରିଖ ଯାଏଁ ଚାଲିବ । ଏନେଇ ଆଜି ସରିଛି ସର୍ବଦଳୀୟ ବୈଠକ । ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ସର୍ବଦଳୀୟ ବୈଠକ ।

ଭୁବନେଶ୍ୱର: ଆସନ୍ତା ଜୁଲାଇ ୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହା ଅଗଷ୍ଟ ୪ ତାରିଖ ଯାଏଁ ଚାଲିବ । ଏନେଇ ଆଜି ସରିଛି ସର୍ବଦଳୀୟ ବୈଠକ । ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ସର୍ବଦଳୀୟ ବୈଠକ ।

Odisha Assembly Monsoon Session

ବିନା ବାଧାରେ ଗୃହ ଚାଲିବା ପାଇଁ ବୈଠକରେ ଆଲୋଚନା ହୋଇଛି । ଦିନକୁ ୬ ଘଣ୍ଟା ଚାଲିବ ଗୃହ ବୋଲି ନିଷ୍ପତ୍ତି ହୋଇଛି । ଆଗରୁ ୫ ଘଣ୍ଟା ଚାଲୁଥିଲା । ଦୁଇଟି ପର୍ଯ୍ୟାୟରେ ଚାଲିବ ଗୃହ କାର୍ଯ୍ୟ । ପ୍ରଥମ ପର୍ଯ୍ୟାୟ ସାଢେ଼ ୧୦ରୁ ସାଢେ ଗୋଟାଏ ଓ ଦ୍ୱିତୀୟ ପର୍ଯ୍ୟାୟରେ ଅପରାହ୍ନ ୪ ଟାରୁ ୬ ଟା ପରିବର୍ତ୍ତେ ୭ଟା ପର୍ଯ୍ୟନ୍ତ ଚାଲିବ ବୋଲି ନିଷ୍ପତ୍ତି ହୋଇଛି । ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜୁଲାଇ ୨ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ମୋଟ ୨୪ଟି କାର୍ଯ୍ୟଦିବସରେ ଚାଲିବ ବିଧାନସଭା । ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଗୃହରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ଜୁଲାଇ ୩୦ ତାରିଖରେ ଆଗତ ହେବ ବ୍ୟୟ ମଞ୍ଜୁରୀ ବିଧେୟକ ।

ଏହି ବୈଠକରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ସହ ମନ୍ତ୍ରୀ, ବିଧାୟକ, ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀ ଓ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଯୋଗ ଦେଇଛନ୍ତି ।

କୋଭିଡ ନେଇ କେନ୍ଦ୍ର ସଚିବ ରାଜ୍ୟମାନଙ୍କୁ ଅବଗତ କରିଛନ୍ତି । ତେଣୁ ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି କୋଭିଡ କଟକଣା ମଧ୍ୟରେ ଚାଲିବ ଗୃହ କାର୍ଯ୍ୟ । ଏଥର ଅଧିବେସନରେ ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀକୁ ଛଡାଯିବା ନେଇ ବାଚସ୍ପତିଙ୍କୁ ପ୍ରସ୍ତାବ ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+