ଜୁଲାଇ ୨ରୁ ବିଧାନସଭା ମୌସୁମୀ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ

ଆସନ୍ତା ଜୁଲାଇ ୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହା ଅଗଷ୍ଟ ୪ ତାରିଖ ଯାଏଁ ଚାଲିବ । ବାଚସ୍ପତି ହେବା ପରେ ଆସନ୍ତା ଅଧିବେଶନରେ ପ୍ରଥମ ଥର ଲାଗି ଗୃହ ପରିଚାଳନା କରିବେ ବିକ୍ରମ କେଶରୀ ଆରୁଖ ।

ଭୁବନେଶ୍ୱର: ଆସନ୍ତା ଜୁଲାଇ ୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହା ଅଗଷ୍ଟ ୪ ତାରିଖ ଯାଏଁ ଚାଲିବ । ବାଚସ୍ପତି ହେବା ପରେ ଆସନ୍ତା ଅଧିବେଶନରେ ପ୍ରଥମ ଥର ଲାଗି ଗୃହ ପରିଚାଳନା କରିବେ ବିକ୍ରମ କେଶରୀ ଆରୁଖ ।

 Odisha Assembly

ସେପଟେ ଆଜି ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ବସିବାକୁ ଥିବା ଏହି ବୈଠକରେ ସବୁ ଦଳର ସଦସ୍ୟମାନେ ଉପସ୍ଥିତ ରହି ଗୃହ ସୁପରିଚାଳନା ଉପରେ ଆଲୋଚନା କରିବେ । କରୋନା ମହାମାରୀ ଭୟ ଯାଇନଥିବାରୁ ଗୃହ ୫ ଘଣ୍ଟା ଚାଲିବ ନା ଫୁଲ୍ ଟାଇମ୍ ଚାଲିବ ତା ଉପରେ ଆଲୋଚନା କରାଯିବ ।

ଅଧିବେଶନର ପ୍ରଥମ ଦିନ ଅର୍ଥାତ ଜୁଲାଇ ୨ରେ ହିଁ ବଜେଟ୍ ଉପସ୍ଥାପନ ହେବ । ଏହା ପରେ ୫ ଓ ୬ ତାରିଖରେ ଏହାକୁ ନେଇ ଗୃହରେ ହେବ ଆଲୋଚନା । ବିଭିନ୍ନ ପ୍ରସଙ୍ଗରେ ଏଥର ଗୃହ ସରଗରମ ରହିପାରେ । ଉଭୟ ଶାସକ ଓ ବିରୋଧୀଙ୍କୁ ନେଇ ବାଚସ୍ପତି କିପରି ସୁରୁଖୁରୁରେ ଗୃହ ଚଳାଇବେ, ତା ଉପରେ ସମସ୍ତଙ୍କ ନଜର ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+