ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ , ଚିତ୍ରକୋଣ୍ଡା ଏସଡିପିଓଙ୍କ ନିଲମ୍ବନ ଦାବି କଲେ ବିରୋଧୀ
Odisha Assembly Monsoon Session Second Phase Updatesଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ , ଚିତ୍ରକୋଣ୍ଡା ଏସଡିପିଓଙ୍କ ନିଲମ୍ବନ ଦାବି କଲେ ବିରୋଧୀ
ଭୁବନେଶ୍ୱର:ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ ।ବିଧାନଶଭା ଶୂନ୍ୟ କାଳରେ ଉଠିଥିଲା ଚିତ୍ରକୋଣ୍ତା ଏସିଡିପିଓ ଅଂଶୁମାନ ଦ୍ୱିବେଦୀଙ୍କ ଗର୍ଭବତୀ ସମେତ ବହୁ ମହିଳାଙ୍କୁ ମାଡ଼ ମାରିବା ଘଟଣା । ରାତି ଅଧରେ କୌଣସି ମହିଳା ପୁଲିସ୍ ସାଥିରେ ନ ନେଇ ମହିଳାଙ୍କୁ ଅତ୍ୟାଚାର କରିବା ଓ ଦୁର୍ବ୍ୟବହାର କରିବା ଅଭିଯୋଗକୁ ନେଇ ତାତିଛନ୍ତି ବିରୋଧୀ । ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ସତ୍ୱେ କୌଣସି ପଦକ୍ଷପ ନିଆଯାଉନାହିଁ । ଏହି ଘଟଣାରେ ବ୍ଲକ ସଭାପତି, ଦୁଇ ଜଣ ସାମ୍ବାଦିକ,ଜିଲ୍ଲା ସଭାପତିଙ୍କ ସହ ୧୮ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ତୁରନ୍ତ ଏସଡିପିଓଙ୍କୁ ନିଲମ୍ବନ କରିବା ସହ ମାଜିଷ୍ଟ୍ରେଟଙ୍କ ଜରିଆରେ ତଦନ୍ତ ପାଇଁ ଦାବି କରିଛନ୍ତି କଗ୍ରେଂସ ବିଧାୟକ ତାରପ୍ରସାଦ ବାହିନୀପତି ।ଏକା ସହ କ୍ରାଇମବ୍ରାଞ୍ଚ୍ ତଦନ୍ତ ମଧ୍ୟ କରାଯାଉ ବୋଲି ଦାବି ରହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଏହି ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ ହେବାପରେ ଗୃହକୁ ଅପପାହ୍ନ ୪ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ।

ଅନ୍ୟପଟେ ସବୁ କାର୍ଯ୍ୟକ୍ରମକୁ ବାତିଲ କରି ଏହି ପ୍ରସଙ୍ଗରେ ଆଲୋଚନା କରାଯାଉ ବୋଲି ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏହା ସହ ସେ ତଦନ୍ତ ଗୃହ କମିଟି ଓ ବିଚାର ବିଭାଗୀୟ ତଦନ୍ତପାଇଁ ଦାବି କରିଛନ୍ତି। ଅନ୍ୟପଟେ ଏହି ପ୍ରସଙ୍ଗକୁ ସମର୍ଥନ ଜଣାଇବା ସହ ତଦନ୍ତ କମିଟି ଗଠନ ପାଇଁ ଦାବି କରିଛି ବିଜେପି ।












Click it and Unblock the Notifications