ସାମ୍ପ୍ରଦାୟିକ ସଦଭାବ ରକ୍ଷା କ୍ଷେତ୍ରରେ ମାର୍ଗଦର୍ଶକ ହେବ ଓଡ଼ିଶା
Odisha Assembly Monsoon Session News In Odia:ସାମ୍ପ୍ରଦାୟିକ ସଦଭାବ ରକ୍ଷା କ୍ଷେତ୍ରରେ ମାର୍ଗଦର୍ଶକ ହେବ ଓଡ଼ିଶା
ଭୁବନେଶ୍ୱର: ସାମ୍ପ୍ରଦାୟିକ ସଦଭାବ ରକ୍ଷା କ୍ଷେତ୍ରରେ ମାର୍ଗଦର୍ଶକ ହେବ ଓଡ଼ିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତିକୁ ଦେଶର ଅନ୍ୟରାଜ୍ୟ ଆପଣାଇବା ଉଚିତ୍ ବୋଲି କହିଛନ୍ତି ଶାସକ ଦଳ ନେତା । ଚଳିତ ଆର୍ଥିକ ବର୍ଷ ପାଇଁ ଗୃହ ବିଭାଗ ପକ୍ଷରୁ ୬୨୪୧.୨୦କୋଟି ଓ ସାଧାରଣ ପ୍ରସାରଣ ,ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ୫୦୯.୫୧ କୋଟି ଟଙ୍କା ଖର୍ଚ୍ଚଦାବି ବିଧାନସଭାର ଅନୁମୋଦନ କରିଛି । ରାଜ୍ୟରେ ଅପରାଧ ଦିନକୁ ଦିନ ବୃଦ୍ଧି ବୃଦ୍ଧି ପାଇବାରେ ଲାଗିଛି ବୋଲି ଅଭିଯୋଗ
କରି ବିରୋଧୀ ସରକାରଙ୍କୁ ସମାଲୋଚନା କରିଥିବା ବେଳେ ପାଲଟା ଉତ୍ତର ରଖି ଶାସକ ଦଳର ସଦସ୍ୟମାନେ କହିଥିଲେ ସାମ୍ପ୍ରଦାୟିକ ସଦଭାଗ ରକ୍ଷାରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତିକୁ ଦେଶର ଅନ୍ୟରାଜ୍ୟ ଆପଣାଇବା ଉଚିତ୍ ।

ଓଡ଼ିଶାରେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ହେଉଥିବା ବେଳେ ଉତ୍ତରପ୍ରଦେଶରେ ବନ୍ଧୁକ ଦେଖାଇ ଭୋଟ୍ ମଗାଯାଉଛି ଏହା ସହ ମଧ୍ୟପ୍ରଦେଶରେ ପଞ୍ଚାୟତ ନିର୍ବାଚନ ସଠିକ୍ ସମୟରେ ହୁଏ ନାହିଁ । ହେଲେ ଓଡ଼ିଶାର ସ୍ଥିତି ସମ୍ପୁର୍ଣ୍ଣ ଭିନ୍ନ । ଦୀର୍ଘ ବର୍ଷ ଶାସନ ପରେ ମଧ୍ୟ ଲଗାତାର ଭାବେ ଜନମତ ବୃଦ୍ଧି କରିପାରୁଥିବା ନେତା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା ଦେଶରେ ଘୃଣା ରାଜନୀତି ଚାଲିଛି ହେଲେ ମୁଖ୍ୟମନ୍ତ୍ରୀ ସମ୍ବିଧାନର ମୁଖବନ୍ଧନରେ ଅହିଂସା ଶଦ୍ଦକୁ ସ୍ଥାନ ଦେବା ନେଇ ପ୍ରସ୍ତାବ ଦେଇଥିଲେ ବୋଲି କହିଛନ୍ତି ବିଜେଡି ସଦସ୍ୟ ଅରୁଣ ସାହୁ । ସେହିପରି ବିରୋଧିଙ୍କ ଅଭିଯୋଗକୁ ଖଣ୍ତନ କରି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି କିଛି ବର୍ଷ ହେବ ରାଜ୍ୟରେ ହତ୍ୟା ,ଠକେଇ ,ଲୁଣ୍ଠନ , ଧର୍ଷଣ ,ଓ ସଡ଼କ ଦୁର୍ଘଟଣା କମିବା ସହ ରାଜ୍ୟରେ ଦଣ୍ତ ପ୍ରଦାନ ହାର ୪୦% ରହିଛି ।












Click it and Unblock the Notifications