କରୋନା ମୁକାବିଲା ପାଇଁ ଓଡିଶାକୁ କେତେ ଟଙ୍କା ଦେଇଛି କେନ୍ଦ୍ର ?
୨୦-୨୧ ଆର୍ଥିକ ବର୍ଷରେ ୧୪୬ କୋଟି ୪୪ ଲକ୍ଷ ଓ ୨୧-୨୨ ଆର୍ଥିକ ବର୍ଷର ଏଯାଏଁ ୨୫୮ କୋଟି ୫୯ ଲକ୍ଷ ଟଙ୍କା କେନ୍ଦ୍ର ଦେଇଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ଭୁବନେଶ୍ବର: ଚାଲିଛି ବିଧାନସଭା ମୌସୁମୀ ଅଧିବେଶନ । ଆଜି ଗୃହରେ ବିବୃତ୍ତି ରଖିଛନ୍ତି ସ୍ବାସ୍ଥମନ୍ତ୍ରୀ ନବ ଦାସ । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ୧୦୪୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ନେଇ ଗୃହରେ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ତେବେ ଏଥି ମଧ୍ୟରୁ ୨୦-୨୧ ଆର୍ଥିକ ବର୍ଷରେ ୧୪୬ କୋଟି ୪୪ ଲକ୍ଷ ଓ ୨୧-୨୨ ଆର୍ଥିକ ବର୍ଷର ଏଯାଏଁ ୨୫୮ କୋଟି ୫୯ ଲକ୍ଷ ଟଙ୍କା କେନ୍ଦ୍ର ଦେଇଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଗୃହରେ ଅର୍ଥମନ୍ତ୍ରୀ କହିଛନ୍ତି, କୋଭିଡ ଜନିତ ସମସ୍ୟାର ପରିଚାଳନା ନିମନ୍ତେ ୨୦୨୦-୨୧ ଆର୍ଥିକ ବର୍ଷରେ ସ୍ୱତନ୍ତ୍ର ଭାବେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଯୋଜନା ଅଧୀନରେ ୧୪୬ କୋଟି ୪୪ ଲକ୍ଷ ଟଙ୍କା ଓ ୨୦୨୧-୨୨ ଆର୍ଥିକ ବର୍ଷର ଜୁଲାଇ ମାସ ଶେଷ ସୁଦ୍ଧା ଇସିଆରପି ଯୋଜନାରେ ୨୫୮ କୋଟି ୫୯ ଲକ୍ଷ ଟଙ୍କା ଦେଇଛି କେନ୍ଦ୍ର ।
ତେବେ ଆଗୁଆ କୋଭିଡ ପରିଚାଳନା ନିମନ୍ତେ ସରକାର ନିଜସ୍ୱ ସମ୍ବଳ ଖଟାଇ ଅନେକଗୁଡିଏ ପଦକ୍ଷେପ ନେଇ ସଫଳତାର ସହ କୋଭିଡ ମୁକାବିଲା କରିପାରିଛନ୍ତି ବୋଲି ସେ କହିଛନ୍ତି । ଏହାସହ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ତଥା ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ଜରିଆରେ ଉଭୟ କେନ୍ଦ୍ର ଓ ରାଜ୍ୟ ଅଂଶକୁ ମିଶାଇ କୋଭିଡ ମୁକାବିଲା କରାଯାଉଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।












Click it and Unblock the Notifications