ସରିଲା ବିଧାନସଭା ମୌସୁମୀ ଅଧିବେଶନ: ଦିନକ ପୂର୍ବରୁ ଶେଷ ହେଲା ଅଧିବେଶନ
ସରିଲା ବିଧାନସଭା ମୌସୁମୀ ଅଧିବେଶନ । ଧାର୍ଯ୍ୟ କାର୍ଯ୍ୟସୂଚୀର ଦିନକ ପୂର୍ବରୁ ଶେଷ ହେଲା ଅଧିବେଶନ । ଗତ ୨୨ରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା ଆଉ ଏହା ଅକ୍ଟୋବର ୪ ଯାଏଁ ହେବାର ଥିଲା । ତେବେ ଅଧିବେଶନ ଆଜି ଶେଷ ହୋଇଛି ।
ବ୍ୟୟମଞ୍ଜୁରୀ ବିଲ୍ ସହ ସମୁଦାୟ ୧୨ଟି ବିଲ୍ ଏହି ଅଧିବେଶନରେ ପାରିତ ହୋଇଛି । ୭ଟି କାର୍ଯ୍ୟଦିବସ ଏ ଅଧିବେଶନରେ ବସିଥିଲା । ବ୍ୟୟମଞ୍ଜୁରୀ ବିଲ୍ ସହ ସମୁଦାୟ ୧୨ଟି ବିଲ୍ ପାରିତ ହୋଇଛି । ଏହି ଅଧିବେଶନରେ ୨୮ ହଜାର ୨୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ ହୋଇଥିଲା ।

ଚଳିତ ବର୍ଷ ବିଧାନସଭାରୁ ସସ୍ପେଣ୍ଡ ହୋଇଥିଲେ ୨ ବିଜେପି ବିଧାୟକ । ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ ସସ୍ପେଣ୍ଡ ହୋଇଥିଲେ । ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ଫିଙ୍ଗିଥିବାରୁ ସସ୍ପେଣ୍ଡ । ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ସସ୍ପେଣ୍ଡ କଲେ ବାଚସ୍ପତି । ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ଫିଙ୍ଗି ସସ୍ପେଣ୍ଡ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ ସସ୍ପେଣ୍ଡ ହୋଇଥିଲେ ।
ଅଧିବେଶନରେ ଆଗତ ହୋଇଛି 2023-24 ପାଇଁ ଅତିରିକ୍ତ ବଜେଟ । ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ମୋଟ୍ 28 ହଜାର 200 କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ ହୋଇଛି । ଅତିରିକ୍ତ ବଜେଟରେ ବିପର୍ଯ୍ୟୟ ପରିଚାଳନା ପାଇଁ ସର୍ବାଧିକ ବ୍ୟୟବରାଦ କରାଯାଇଛି । ବିପର୍ଯ୍ୟୟ ପରିଚାଳନା ପାଇଁ 46980 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେହିପରି ମିଶନ ଶକ୍ତି ପାଇଁ 783 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହା ପରେ ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ ରଖାଯାଇଛି ।
ବିଧାନସଭାରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ବିଲ୍, ପଦ ଓ ସେବା ସଂରକ୍ଷଣ ବିଲ୍ ପାସ୍ ହୋଇଛି । ସେହିପରି ଓଡ଼ିଶା ଚକବନ୍ଦୀ ବିଲ୍, ଓଡ଼ିଶା ଓବିସି କମିଶନ ସଂଶୋଧନ ବିଲ୍ ପାସ୍ ହୋଇଛି । ଦ୍ରବ୍ୟ ଓ ସେବା କର ଏବଂ ପୌର ବିଧି ସଂଶୋଧନ ବିଲ୍ ପାରିତ ହୋଇଛି ।
୫ଟି ସଚିବ ପ୍ରସଙ୍ଗ ଉଠାଇ ବିରୋଧୀମାନେ ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ । ଫଳରେ ପ୍ରଶ୍ନକାଳ ହୋଇପାର ନଥିଲା । ବାରମ୍ବାର ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି । ଏଥି ମଧ୍ୟରେ ମୁଖ୍ୟମନ୍ତ୍ରୀ ୫ଟି ସଚିବଙ୍କ ଗସ୍ତକୁ ନେଇ ନିଜର ସ୍ପଷ୍ଟୀକରଣ ରଖିଥିଲେ ।












Click it and Unblock the Notifications