ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ; ବିଭିନ୍ନ ପ୍ରସଙ୍ଗରେ ମୁହାଁମୁହିଁ ହେବେ ଶାସକ-ବିରୋଧୀ

ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ । ବିଭିନ୍ନ ପ୍ରସଙ୍ଗରେ ମୁହାଁମୁହିଁ ହେବେ ଶାସକ-ବିରୋଧୀ । ଗୃହରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେଡି। ମହିଳା ନିର୍ଯାତନା ମାମଲା, ସାର ଅଭାବ, ଓଟିଇଟି ପ୍ରଶ୍ନପତ୍ର ଲିକ୍, ବାହାର ରାଜ୍ୟକୁ ବଡ ବଡ ଶିଳ୍ପ ଚାଲିଯିବା, ପଞ୍ଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଆଦି ପ୍ରସଙ୍ଗ ଉଠାଇବାକୁ ବିଜେଡି ରଣନୀତି କରିଛି ।

କଂଗ୍ରେସ ବିଧାୟକ ଦଳ ବୈଠକରେ ବିଧାନସଭା ଅଧିବେଶନ ପାଇଁ ଷ୍ଟ୍ରାଟେଜି ପ୍ରସ୍ତୁତ ହୋଇଛି । ମହିଳା ନିର୍ଯାତନା , ସାର ଅଭାବ ଆଦିକୁ ମୁଖ୍ୟ ପ୍ରସଙ୍ଗ କରିବ କଂଗ୍ରେସ । ସେହିପରି ସରକାରଙ୍କ ବିରୋଧରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବ।

ଏଥିପାଇଁ ବିଜେଡି ସମର୍ଥନ ଲୋଡିଛି କଂଗ୍ରେସ। ସେପଟେ ବିରୋଧୀଙ୍କୁ କାଉଣ୍ଟର କରିବା ପାଇଁ ସରକାରୀ ଦଳ ମଧ୍ୟ ତୟାର । ବିରୋଧୀ ଯେଉଁ ପ୍ରସଙ୍ଗ ବିଧାନସଭାରେ ଉଠାଇବେ ତାହା ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି । ୨୫ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଏଥିରେ ମୋଟ୍ ୭ଟି କାର୍ଯ୍ୟଦିବସ ରହିଛି ।

ବୁଧବାରଠାରୁ ସୁରକ୍ଷା ବ୍ୟବସ୍ଥା ଆରମ୍ଭ ହୋଇଛି । ଡିଜିପି, ଗୁଇନ୍ଦା ନିର୍ଦେଶକ, ପୁଲିସ ଆୟୁକ୍ତ ଓ ଭୁବନେଶ୍ବର ପୁଲିସ ଉପାୟୁକ୍ତ ସମସ୍ତ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଏହି ସମୟରେ କିଛି ସଂଗଠନ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବେ। ଏହାକୁ ନଜରରେ ରଖି ପୁଲିସ ପକ୍ଷରୁ ବିଧାନସଭା ସଂଲଗ୍ନ ରାସ୍ତା ଓ ଗାନ୍ଧୀମାର୍ଗରେ ବ୍ୟାରିକେଡ଼ କରାଯାଇଛି । ଯେପରି ସୁରକ୍ଷାରେ ସାମାନ୍ୟ ତ୍ରୁଟି ନରହିବ, ସେଦିଗରେ ପୁଲିସ ପକ୍ଷରୁ ଗୁରୁତ୍ବ ଦିଆଯାଇଛି । ୧୫୦ ଅଧିକାରୀ ଦାୟିତ୍ବରେ ରହି ସ୍ଥିତି ଉପରେ ନଜର ରଖିବେ । ଏବେଠାରୁ ବିଧାନସଭା ଓ ଆଖପାଖ ଅଞ୍ଚଳକୁ ପୁଲିସ ଛାଉଣୀରେ ରଖାଯାଇଛି । ସିସିଟିଭି ନଜରରେ ବିଧାନସଭା ଓ ତାକୁ ଲାଗି ରହିଥିବା ସଂଲଗ୍ନ ସ୍ଥାନଗୁଡ଼ିକୁ ରଖାଯିବ। ସମସ୍ତ ସୁରକ୍ଷା ବ୍ୟବସ୍ଥା ଉପାୟୁକ୍ତ ଜଗମୋହନ ମୀନାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଚାଲିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+