ବିଧାନସଭା ମୌସୁମୀ ଅଧିବେଶନ: ଆଜି ପାରିତ ହେଲା ୪ଟି ବିଲ୍
ବିରୋଧୀ ଦଳର ନେତାଙ୍କ ହଟ୍ଟଗୋଳ ଭିତରେ ଆଜି ବିଧାନସଭାରେ ୪ଟି ବିଲ୍ ପାରିତ ହୋଇଛି। ଓଡ଼ିଶା ପଞ୍ଚାୟତ ସଂଶୋଧନ ବିଲ, ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ସଂଶୋଧନ ବିଲ୍, ଓଡ଼ିଶା ଗୃହ ବ୍ୟବସ୍ଥା ବୋର୍ଡ ସଂଶୋଧନ ବିଲ୍ ଓ ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ବିଲ୍ ପାରିତ ହୋ
ଭୁବନେଶ୍ୱର: ବିରୋଧୀ ଦଳର ନେତାଙ୍କ ହଟ୍ଟଗୋଳ ଭିତରେ ଆଜି ବିଧାନସଭାରେ ୪ଟି ବିଲ୍ ପାରିତ ହୋଇଛି। ଓଡ଼ିଶା ପଞ୍ଚାୟତ ସଂଶୋଧନ ବିଲ, ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ସଂଶୋଧନ ବିଲ୍, ଓଡ଼ିଶା ଗୃହ ବ୍ୟବସ୍ଥା ବୋର୍ଡ ସଂଶୋଧନ ବିଲ୍ ଓ ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ବିଲ୍ ପାରିତ ହୋଇଛି। ଆସନ୍ତାକାଲି ଦିନ ୧୦.୩୦ ପର୍ଯ୍ୟନ୍ତ ଗୃହ ମୁଲତବି ରଖାଯାଇଛି।

ବୁଧବାର ମାତ୍ର ଏକ ଘଣ୍ଟା ହିଁ ସୁରୁଖୁରୁରେ ଚାଲିଥିଲା ବିଧାନସଭା । ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟ ମାନେ ଖଣି ଦୂର୍ନୀତିକୁ ପ୍ରସଙ୍ଗ କରି ଗୃହରେ ହଟ୍ଟଗୋଳ କରିଥିଲେ । ଆଜି କଂଗ୍ରେସ ରାଜ୍ୟରେ ଖଣି ଦୂର୍ନୀତିକୁ ନେଇ ମୁଲତବୀ ନୋଟିସ ଦେଇଥିଲା । ତେବେ ଏହାକୁ ବାଚସ୍ପତି ଏହାକୁ ଗ୍ରହଣ କରିନଥିଲେ । ବିଜେପି ଗୃହରେ ମଧ୍ୟ ହଟ୍ଟଗୋଳ କରିଥିଲା । ଫଳରେ ଗୃୃହକୁ ଅପରାହ୍ଣ ୪ଟା ମୁଲତବୀ କରାଯାଇଥିଲା । ତେବେ ପୁନଃ ଗୃହ ଆରମ୍ଭ ହେବାମାତ୍ରେ ବିରୋଧୀ ହଟ୍ଟଗୋଳ ଆରମ୍ଭ କରିଥିଲେ । ହଟ୍ଟଗୋଳ ମଧ୍ୟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା ।
ତେବେ ଗୃହରେ ଓବିସିଙ୍କ ଗଣନା ଓ ୫୦ ପ୍ରତିଶତ ସଂରକ୍ଷଣ ସୀମାକୁ ହଟାଇବା ନିମନ୍ତେ ଆସିବାକୁ ଥିବା ସଂକଳ୍ପ ପ୍ରସ୍ତାବ ଆଜି ଆସିପାରିନି।












Click it and Unblock the Notifications