ଆସନ୍ତାକାଲିରୁ ବିଧାନସଭା ମୌସୁମୀ ଅଧିବେଶନ, ମୃତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ
ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିଲାଗି ୩୦ ପ୍ଲାଟୁନ୍ ପୁଲିସ ବଳ ନିୟୋଜିତ କରାଯିବ। ସ୍ଥିତିର ତଦାରଖ ପାଇଁ ୧୨ ଜଣ ସହକାରୀ ଆୟୁକ୍ତ, ୬ ଜଣ ଅତିରିକ୍ତ ଉପାୟୁକ୍ତ ପାହ୍ୟାର ଅଧିକାରୀ ଏ
ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିଲାଗି ୩୦ ପ୍ଲାଟୁନ୍ ପୁଲିସ ବଳ ନିୟୋଜିତ କରାଯିବ। ସ୍ଥିତିର ତଦାରଖ ପାଇଁ ୧୨ ଜଣ ସହକାରୀ ଆୟୁକ୍ତ, ୬ ଜଣ ଅତିରିକ୍ତ ଉପାୟୁକ୍ତ ପାହ୍ୟାର ଅଧିକାରୀ ଏବଂ ୧୦୦ରୁ ଅଧିକ ଅଧିକାରୀ ଦାୟିତ୍ବରେ ରହିବେ। ଗତକାଲି ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା , ପୋଲିସ୍ ଆୟୁକ୍ତ ସୌମ୍ୟେନ୍ଦ୍ର ପ୍ରିୟଦର୍ଶୀ, ଅନୁପ ସାହୁ, ପ୍ରତୀକ ସିଂହଙ୍କ ସମେତ ଅନେକ ବରିଷ୍ଠ ପୋଲିସ ଅଧିକାରୀ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି।

ଚଳିତ ମୌସୁମୀ ଅଧିବେଶନରେ ରାଜ୍ୟ ରାଜନୀତି ବେସ୍ ସରଗରମ ହେବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ବୁଧବାର ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଗୃହ କାର୍ଯ୍ୟ ଯେପରି ସୁରୁଖୁରରେ ଚାଲିବ ସେ ସମ୍ପର୍କରେ ନୂଆ ବାଚସ୍ପତି ସବୁ ରାଜନୈତିକ ଦଳର ସହଯୋଗ ରହିବା ନେଇ ମତ ଦେଇଛନ୍ତି ।
ଏଥିସହ ଗୃହକାର୍ଯ୍ୟ ସ୍ୱଭାବିକ କରିବା ପାଇଁ ବିରୋଧୀ ଦଳଙ୍କ ତରଫରୁ ପ୍ରସ୍ତାବ ଦିଆଯାଇଥିଲା । ସାମ୍ବାଦିକଙ୍କୁ ଗୃହକୁ ପ୍ରବେଶ ଅନୁମତି ଦିଆଯିବା କଥା ମଧ୍ୟ ଆଲୋଚନା ହୋଇଛି। ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ୁଥିବାରୁ ଆଦୌ ରିସ୍କ୍ ନିଆଯିବନି ବୋଲି ବାଚସ୍ପତି କହିଥିଲେ।












Click it and Unblock the Notifications