ବିଧାନସଭା ଅପଡେଟ: ଆରମ୍ଭରୁ ହୋହଲ୍ଲା, ମୁଲତବୀ ହେଲା ଗୃହକାର୍ଯ୍ୟ
ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା କରିଛନ୍ତି । ପ୍ରଶ୍ନକାଳ ବାତିଲ କରି ମରୁଡ଼ି ଆଲୋଚନା ଦାବିରେ ହଟ୍ଟଗୋଳ ହୋଇଛି । ଫଳରେ ଗୃହକାର୍ଯ୍ୟ ୧୨.୩୪ ପର୍ଯ୍ୟନ୍ତ ଗୃହ ମୁଲତବୀ ରଖାଯାଇଛି ।
ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭାର ସପ୍ତମ ଅଧିବେଶନ । ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭରୁ ହୋହଲ୍ଲା କରିଛନ୍ତି ବିରୋଧୀ । ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା କରିଛନ୍ତି । ପ୍ରଶ୍ନକାଳ ବାତିଲ କରି ମରୁଡ଼ି ଆଲୋଚନା ଦାବିରେ ହଟ୍ଟଗୋଳ ହୋଇଛି । ଫଳରେ ଗୃହକାର୍ଯ୍ୟ ୧୨.୩୪ ପର୍ଯ୍ୟନ୍ତ ଗୃହ ମୁଲତବୀ ରଖାଯାଇଛି । ବିଧାୟକ ଦଳ ନେତା ନରସିଂହ ମିଶ୍ର ଲିଖିତ ଭାବେ ଏ ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭାର ମୌସୁମୀ ଅଧିବେଶନ । ସ୍ୱଳ୍ପ କାଳୀନ ଅଧିବେଶନରେ ୮ଟି କାର୍ଯ୍ୟ ଦିବସ ରହିଥିବା ବେଳେ ୧୨ଟି ବିଲ୍ ଆସିବ । କୋଭିଡ କଟକଣା ଭିତରେ ଗୃହକାର୍ଯ୍ୟ ଆରମ୍ଭ ହୋଇଛି । ଗୃହକାର୍ଯ୍ୟ ଆରମ୍ଭରୁ ଦିବଙ୍ଗତ ବିଧାୟକ ଓ କୋଭିଡ ଯୋଦ୍ଧା ମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାଵ ଆଗତ କରିବା ପରେ ଗୃହରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଅଭିଭାଷଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସେହିଭଳି ଏମ୍ସ ହସ୍ପିଟାଲ ପରିସରରୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଭିଡ଼ିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ନେତା ସମର୍ଥନ ଜଣାଇଛନ୍ତି ।କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରସ୍ତାବକୁ ସମର୍ଥନ ଜଣାଇବା ସହ କୋଭିଡ ଯୁଦ୍ଧରେ ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।












Click it and Unblock the Notifications