Get Updates
Get notified of breaking news, exclusive insights, and must-see stories!

ଶେଷ ହେଲା ବିଧାନସଭା ମୌସୁମୀ ଅଧିବେସନ, ଉପସ୍ଥାପିତ ହେଲା CAG ରିପୋର୍ଟ

ଶେଷ ହେଲା ବିଧାନସଭା ମୌସୁମୀ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବି ରଖିଲେ ବାଚସ୍ପଚି । ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇଥିଲା ଷୋଡଦଶ ମୌସୁମୀ ଅଧିବେଶନ ।

ଭୁବନେଶ୍ବର: ଶେଷ ହେଲା ବିଧାନସଭା ମୌସୁମୀ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବି ରଖିଲେ ବାଚସ୍ପଚି । ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇଥିଲା ଷୋଡଦଶ ମୌସୁମୀ ଅଧିବେଶନ । ଚଳିତଥର ୩ଟି ମୁଲତବି ପ୍ରସ୍ତାବ ଆଗତ ହୋଇଛି । ସେହିପରି ଚଳିତ ଅଧିବେଶନରେ ପାରିତ ହୋଇଛି ୧୩ଟି ବିଲ୍ ।

Odisha Assembly Monsoon Session

ଅନ୍ୟପଟେ ଆଜି ଶେଷଦିନରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ଉପସ୍ଥାପିତ ହୋଇଛି ସିଏଜି ରିପୋର୍ଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ସିଏଜି ରିପୋର୍ଟକୁ ଉପସ୍ଥାପିତ କରିଛନ୍ତି । ଉଚ୍ଚଶିକ୍ଷା ଫଳାଫଳ, ଆର୍ଥିକ କ୍ଷେତ୍ର ଉପରେ ଏହି ସିଏଜି ରିପୋର୍ଟକୁ ଉପସ୍ଥାପିତ କରାଯାଇଛି ।

ସେହିପରି ସଂରକ୍ଷଣ ସୀମା ବୃଦ୍ଧି ନେଇ ସରକାର ଦାବି କରିବେ ବୋଲି ସୂଚନା ଦେଇଛନ୍ତି । ଏ ନେଇ ଆଜି ଗୃହରେ ଏକ ସଂକଳ୍ପ ପ୍ରସ୍ତାବ ପାରିତ ହୋଇଛି । ଜାତିଭିତିକ ଜନଗଣନା ଓ ସଂରକ୍ଷଣ ନେଇ ଗୃହରେ ସଂକଳ୍ପ ଆଣିଥିଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା । ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ କରିବା ପାଇଁ କେନ୍ଦ୍ର ନିକଟରେ ଦାବି କରାଯିବ ବୋଲି ସଂକଳ୍ପ ଆଣିଥିଲେ ମନ୍ତ୍ରୀ । ଯାହା ଆଜି ଶେଷଦିନରେ ଗୃହରେ ପାରିତ ହୋଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+