ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଜାଣନ୍ତୁ

ପ୍ରଶିକ୍ଷଣ ନେବେ ନବାଗତ ବିଧାୟକ । ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ୮୪ ଜଣ ନବ ନିର୍ବାଚିତ ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ। ଆସନ୍ତା ୧୭ ଓ ୧୮ ତାରିଖରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ। ନବନିର୍ବାଚିତ ବିଧାୟକଙ୍କୁ କେଉଁମାନେ ପ୍ରଶିକ୍ଷଣ ଦେବେ ସେନେଇ ସଂଶୋଧିତ ତାଲିକା ଆସିଛି।

ଏହି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜେ.ପି ନଡ୍ଡା ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଥିଲା। ଯେଉଁ ତାଲିକାକୁ ଏବେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ବିଜେପି ନେତା ଏହି କାର୍ଯ୍ୟକ୍ରମର ଉଦଘାଟନ କରିବାକୁ ସ୍ଥିର ହୋଇଥିବାରୁ ଗୃହର ଗାରିମା କ୍ଷୂର୍ଣ୍ଣ ହେବ ବୋଲି ଦର୍ଶାଇ ଦଳୀୟ ବିଧାୟକ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେବେନି ବୋଲି ସ୍ପଷ୍ଟ କରିଥିଲା ବିଜେଡି। ଏବେ ପ୍ରଶିକ୍ଷଣ ଶିବିରକୁ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ସଂଶୋଧିତ ତାଲିକା ଆସିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବାଚସ୍ପତି ସୁରମା ପାଢୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ପ୍ରଶିକ୍ଷଣ ଶିବିରକୁ ସମ୍ବୋଧିତ କରିବେ। ସେହିଭଳି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ନବନିର୍ବାଚିତ ବିଧାୟକଙ୍କୁ ସମ୍ବୋଧନ କରିବେ। ଦୁଇ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଉଭୟ ଶାସକ ଓ ବିରୋଧୀ ଦଳର ଅଭିଜ୍ଞ ନେତା ନବନିର୍ବାଚିତ ବିଧାୟକଙ୍କୁ ଟ୍ରେନିଂ ଦେବେ। ବିଧାନସଭାର କାର୍ୟ୍ୟବିଧି, ବୈଧାନିକ ପ୍ରକ୍ରିୟା, ପ୍ରଶ୍ନକାଳ, ଶୂନ୍ୟକାଳ, ବଜେଟ ବ୍ୟବସ୍ଥା ଜାଣିବା ସହ ଲୋକଙ୍କ ହିତରେ ଆଲୋଚନା କେଉଁ ଢଙ୍ଗରେ କରିବେ ସେନେଇ ପ୍ରଶିକ୍ଷଣ ଦିଆଯିବ।

odisha assembly

ପ୍ରଶିକ୍ଷଣର ପ୍ରଥମ ଦିନ:

ନବ ନିର୍ବାଚିତ ବିଧାୟକଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ , ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବାଚସ୍ପତି ସୁରମା ପାଢୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ।

ମଧ୍ୟାହ୍ନ ୧୨ଟା ୦୫ :

ପ୍ରଭାବୀ ବିଧାୟକ ହେବାକୁ ଟ୍ରେନିଂ ଦେବେ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ବିଧାନସଭାର କାର୍ୟ୍ୟାବଳୀ ଓ ପରମ୍ପରା ବାବଦରେ ଦେବେ ପ୍ରଶିକ୍ଷଣ

ଅପରାହ୍ନ ୩ଟା ୧୫ :

କେମିତି ପ୍ରସ୍ତୁତ କରାଯିବ ବଜେଟ, ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡାଇ ଦେବେ ପ୍ରଶିକ୍ଷଣ

ଅପରାହ୍ନ ୪ଟା ୧୫ :

ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କ ପ୍ରସଙ୍ଗ କିଭଳି ଉଠାଇବେ ସେନେଇ ଟ୍ରେନିଂ ଦେବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

ପ୍ରଶିକ୍ଷଣର ଦ୍ୱିତୀୟ ଦିନ , ଦିନ ୧୦ଟା :

ଗଣତନ୍ତ୍ରରେ କମିଟି ବ୍ୟବସ୍ଥାର କାର୍ଯ୍ୟକାରିତା ଉପରେ ମନ୍ତ୍ର ଦେବେ ଲୋକସଭା ସାଂସଦ ଭତ୍ତୃହରି ମହତାବ

ଦିନ ୧୧ଟା ୧୫ :

ବିଧାନସଭାର କାର୍ଯ୍ୟବ୍ୟବସ୍ଥା ଉପରେ ପ୍ରଶିକ୍ଷଣ ଦେବେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର

ମଧ୍ୟାହ୍ନ ୧୨ଟା ୧୫ :

ପ୍ରଶିକ୍ଷଣ ଶେଷ ଦିନରେ ନବନିର୍ବାଚିତ ବିଧାୟକଙ୍କୁ ସମ୍ବୋଧିତ କରିବେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+