ଓଡ଼ିଶା ବିଧାନସଭା: ବନ୍ଧ୍ୟାକରଣ ପ୍ରତି ମହିଳାଙ୍କ ତୁଳନାରେ ପୁରୁଷଙ୍କ ଆଗ୍ରହ; ୨୦୨୩-୨୪ରେ ୧୭୯୨ ପୁରୁଷ ବନ୍ଧ୍ୟାକରଣ

ବନ୍ଧ୍ୟାକରଣ ପ୍ରତି ମହିଳାଙ୍କ ତୁଳନାରେ ପୁରୁଷଙ୍କ ଆଗ୍ରହ ବଢୁଛି । ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଲିଖିତ ଉତ୍ତର ରଖିଛନ୍ତି । ୨୦୨୩-୨୪ରେ ୧୭୯୨ ପୁରୁଷ ବନ୍ଧ୍ୟାକରଣ କରିଛନ୍ତି । ସେହିପରି ୨୦୨୧-୨୨ରେ ୯୯୧, ୨୦୨୨-୨୩ରେ ୧୫୬୯ ପୁରୁଷ ବନ୍ଧ୍ୟାକରଣ । ୨୦୨୩-୨୪ରେ ୮୦୪୦୩ ମହିଳା ବନ୍ଧ୍ୟାକରଣ କରିଛନ୍ତି ।

୨୦୨୪ ନିର୍ବାଚନ ପୂର୍ବରୁ ବର୍ଷକରେ ୧୪୦ ଯୋଜନା । ବିନା ବଜେଟ୍‌ ବ୍ୟୟବରାଦରେ କରାଯାଇଥିଲା ଯୋଜନା । ଅନେକ ଯୋଜନା କେବଳ ଘୋଷଣାରେ ସୀମିତ ରହିଯାଇଛି । ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ବି ହୋଇ ନ ଥିଲା ବ୍ୟୟବରାଦ । ବିଧାୟକ ଅମର ନାୟକଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ।

ରାଜ୍ୟରେ ମାଓବାଦୀଙ୍କ କାର୍ଯ୍ୟକଳାପ କମିଛି, ୧୦ ଜିଲ୍ଲାରେ ରହିଛି। କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ାରେ ରହିଛି । ନବରଙ୍ଗପୁର, ବଲାଙ୍ଗିର, ବରଗଡ଼ରେ ପରିସ୍ଥିତି ଆହ୍ୱାନାତ୍ମକ । ଅନ୍ୟ ଅଞ୍ଚଳରେ ମାଓବାଦୀଙ୍କ କାର୍ଯ୍ୟକଳାପ ନିୟନ୍ତ୍ରଣାଧୀନ । ବିଧାୟକ ରଣେନ୍ଦ୍ରପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର।

odisha assembly

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ୪ଟା ଯାଏଁ ଗୃହ ମୁଲତବି ରହିଛି । ସବୁ ନୋଟିସ ଉପରେ ଆଲୋଚନା କରି କହିବି କହିଲେ ବାଚସ୍ପତି । ବାଚସ୍ପତିଙ୍କ ବିବୃତି ପରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିଛି କଂଗ୍ରେସ। ଶୂନ୍ୟକାଳରେ ବାଚସ୍ପତି ବାଚସ୍ପତି ସୁରମା ପାଢ଼ୀ ନୋଟିସ୍‌କୁ ଗ୍ରହଣ ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ପଢ଼ିବା ବେଳେ ଗୃହରେ ହଟ୍ଟଗୋଳ ହୋଇଥିଲା। ଅଗ୍ନିବୀର ସଂରକ୍ଷଣ ଓ ୫ ବର୍ଷ ବୟସ ସୀମା କୋହଳ ଘୋଷଣାରେ ଉଭୟ ବିରୋଧୀ ଏବଂ କଂଗ୍ରେସ ହୋ-ହଲ୍ଲା କରିଥିଲେ। ଗୃହ ଚାଲିଥିବା ବେଳେ କାହିଁକି ବାହାରେ ଘୋଷଣା କଲେ ବୋଲି ପ୍ରଶ୍ନ କରି ଉଭୟ ବିରୋଧୀ ଏବଂ କଂଗ୍ରେସ ହୋ-ହଲ୍ଲା କରିଥିଲେ। ଏବେ ଆଲୋଚନା ଜାରି ରହିଛି।

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିବ ବୋଲି ପୂର୍ବରୁ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ। ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପାହ୍ୟା କି ସ୍ବତନ୍ତ୍ର ପ୍ୟାକେଜ କଥା ଉଠାଇଲେ ନାହିଁ । ଆଦିବାସୀ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ପ୍ରସଙ୍ଗ ଉଠାଇ ନାହାନ୍ତି। ତେବେ ରତ୍ନ ରତ୍ନଭଣ୍ଡାରକୁ ନେଇ ରାଜନୀତି ନ ହେଉ। ଜଷ୍ଟିସ ରଥଙ୍କ ବାପା ଓ ସେ ନିଜେ ଜଗନ୍ନାଥ ତାଙ୍କ ନିଷ୍ପତ୍ତିକୁ ରାଜ୍ୟ ସରକାର ମାନନ୍ତୁ ବୋଲି ତାରା କହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+